ଭୁବନେଶ୍ବର ୨୫।୨: ପାରାଦୀପରେ ଛାତ ଉପରୁ ପଡି ଯୁବତୀଙ୍କ ମୃତ୍ୟୁ ଘଟଣାରୁ ଧିରେ ଧିରେ ଉଠୁଛି ପରଦା । ଘଟଣା ପରେ କିଛି ସୁରାକ ନପାଇ ହାତବାନ୍ଧି ବସିଥିବା ପାରାଦୀପ ପୋଲିସ ହାତରେ ମୃତ ଯୁବତୀଙ୍କ ମୋବାଇଲ ମିଳିବା ପରେ ଏହା ପୋଲିସକୁ ତଦନ୍ତକୁ ଆଗକୁ ନେବାରେ ସହାୟକ ହୋଇଛି । ଏହି ଫୋନରୁ ପୋଲିସ ଯୁବତୀଙ୍କ ପରିବାର ସଦସ୍ୟଙ୍କୁ ଖବର ଦେବା ପରେ ପରିବାର ସଦସ୍ୟଙ୍କ ସମେତ ଯୁବତୀଙ୍କ ଭାଇ ଆସି ମୃତଦେହକୁ ଚିହ୍ନଟ କରି ନିଜ ଭଉଣୀର ମୃତଦେହ ବୋଲି କହିଥିଲେ ।

ଏ ଖବର ବି ପଢ଼ନ୍ତୁ:- ସରକାରୀ ଅଧିକାରୀଙ୍କ ନିକଟରୁ ଯେଉଁ କୋଟି କୋଟି ଟଙ୍କା ବାହାରୁଛି ଏଥିପାଇଁ ଦାୟୀ କିଏ ?

ଗତ ରବିବାର ଦିନ ଯୁବତୀ ଜଣଙ୍କ ଘରୁ ଶାରଳା ମନ୍ଦିର ଯିବାକୁ କହି ବାହାରି ଆସିଥିଲେ । ସେହିଦିନ ମଧ୍ୟାହ୍ନ ସମୟରେ ଏକ ଅଜଣା ନମ୍ବରରୁ ଯୁବତୀଙ୍କ ଭାଇଙ୍କ ପାଖକୁ ଫୋନ୍ ଆସିଥିଲା । ତୁମ ଭଉଣୀ ରାହାମା ପାଖରେ ଅଛି ତାକୁ ନେଇଯାଅ ବୋଲି କେହି ତାଙ୍କୁ କହିବା ସହ ପରେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା । ଯୁବତୀଙ୍କର ଫୋନ ମଧ୍ୟ ସୁଇଚ୍ ଅଫ୍ ରହିଥିଲା । ପରିବାର ଲୋକେ ଯୁବତୀଙ୍କୁ ଖୋଜାଖୋଜି କରି ନପାଇବା ପରେ ଭଉଣୀ ନିଖୋଜ ହେବା ନେଇ ତିର୍ତ୍ତୋଲ ଥାନାରେ ତାଙ୍କ ଭାଇ ଅଭିଯୋଗ କରିଥିଲେ ।

ଏ ଖବର ବି ପଢ଼ନ୍ତୁ:- ଡବଲ ଇଞ୍ଜିନ ସରକାର କେବେ ବି ଦୁର୍ନୀତିକୁ ପ୍ରଶ୍ରୟ ଦେବନାହିଁ, ଯେତେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିଲେ ବି ଛଡ଼ାଯିବ ନାହିଁ

ସେପଟେ ଶାରଳା ମନ୍ଦିର ଯିବାର ପୂର୍ବ ରାତିରେ ଯୁବତୀ ଦାଣ୍ଡ ବାରଣ୍ଡାରେ ବସି ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଦୀର୍ଘ ସମୟ କଥା ହେବା ସହ ତାଙ୍କୁ ପରଦିନ ଶାରଳା ମନ୍ଦିର ଆସିବାକୁ କହୁଥିବା ତାଙ୍କ ଜେଜେ ବାପା କହିଛନ୍ତି । ଯଦି ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହିତ ଶାରଳାଙ୍କ ମନ୍ଦିରକୁ ଯାଇଥିଲେ ତାହେଲେ ପାରାଦୀପ କାହିଁକି ଆସିଥିଲେ ? ଯୁବତୀଙ୍କ ପୁରୁଷ ବନ୍ଧୁ କୁଆଡେ ଗଲେ ତାହା ଏବେ ସନ୍ଦେହ ସୃଷ୍ଟି କରିଛି ।

ଏ ଖବର ବି ପଢ଼ନ୍ତୁ:- ଛତିଶା ନିଯୋଗ ସହ ଆଲୋଚନା ହୋଇଛି, ଖୁବ୍ଶୀଘ୍ର ସମୟ ନିର୍ଘଣ୍ଟ ସ୍ଥିର ହେବ

ପୋଲିସ ଏହି ଘଟଣାରେ ୮ ଜଣଙ୍କୁ ଅଟକ ରଖିବା ସହ ମୁଖ୍ୟ ଅଭିଯୁକ୍ତ ସିଂହ ନାମକ ଅଣ ଓଡ଼ିଆ ଯୁବକକୁ ଅଧିକ ଜେରା କରୁଛି । ଏହି ଯୁବକ ଜଣକ ଅନୁଗୋଳରୁ ବାଇକ୍‌ରେ ପାରାଦୀପ ଫେରୁଥିବା ବେଳେ ରାହାମା ନିକଟରୁ ଯୁବତୀଙ୍କୁ ଲିଫ୍ଟରେ ପାରାଦୀପ ନେବା ସହ ତାଙ୍କ ରୁମ୍‌କୁ ନେଇଥିଲେ । ସେଠି ତାଙ୍କୁ କିଏ ହତ୍ୟା କରି ଚାରି ମହଲା ତଳକୁ ଠେଲି ଦେଲା ନା ସେ ନିଜେ ତଳକୁ ପଡିଗଲେ ତାହା ଏବେ ସ୍ପଷ୍ଟ ହୋଇପାରିନାହିଁ । ଯୁବତୀ ଜଣକ ଏହି ଅଜଣା ଯୁବକ ସହିତ କିପରି ପାରାଦୀପ ଆସିଲେ ? ଯୁବକ ଜଣକ ତାଙ୍କୁ କେଉଁ ଉଦ୍ଦେଶ୍ୟରେ ନିଜ ରୁମ୍‌କୁ ନେଇଥିଲେ ? ତାହା ମଧ୍ୟ ଏବେ ସୁଦ୍ଧା ଅନ୍ଧାର ଭିତରେ ରହିଛି । ତେବେ ତାଙ୍କୁ ଦୁଷ୍କର୍ମ କରାଯାଇଛି କି ନାହିଁ ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ରୁ ହିଁ ଜଣା ପଡିବ ବୋଲି ଏସପି କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:-ଆହୁରି କଡ଼ାକଡି ହେବ ଭିଜିଲାନ୍ସ ଚଢାଉ ପ୍ରକ୍ରିୟା, ଦୁର୍ନୀତି ଖୋରଙ୍କ ପାଇଁ ଆଇ ଓପନର ହେଉ

ପୋଲିସର ତଦନ୍ତ ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ଏଥିରେ କେଉଁ କେଉଁ ମନେ ସମ୍ପୃକ୍ତ ଓ ଯୁବତୀଙ୍କ ସହିତ ସେମାନଙ୍କର କଣ ସମ୍ପର୍କ ତାହା ଖୁବ୍‌ଶୀଘ୍ର ସ୍ପଷ୍ଟ ହେବା ଜରୁରୀ ଆବଶ୍ୟକତା ରହିଛି ।