ଭୁବନେଶ୍ୱର: ଗ୍ୟାସ୍ ସଂକଟ ଭିତରେ ମୁହଁ ଖୋଲିଲେ ମନ୍ତ୍ରୀ । କହିଲେ ବିଚଳିତ ହେବାର କିଛି କାରଣ ନାହିଁ, କାରଣ ରାଜ୍ୟରେ ମହଜୁଦ ଅଛି ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ । ରାଜ୍ୟରେ ଆବଶ୍ୟକୀ ଅନୁଯାୟୀ ଗ୍ୟାସ ମହଜୁଦ ଅଛି ବୋଲି କହିଛନ୍ତି ମନ୍ତ୍ରୀ । ସେ ଆହୁରି କହିଛନ୍ତି ୧୪ ହଜାର ଘରୋଇ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି । ଖାଉଟି ମାନେ ବିଚଳିତ ନହେବାକୁ ମନ୍ତ୍ରୀଙ୍କ ପରାମର୍ଶ ।

ଏହାସହ କଳାବଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ ବି ହେଉଛି ବୋଲି କହିଛନ୍ତି ମନ୍ତ୍ରୀ । ହୋଟେଲ ଓ ରେଷ୍ଟୁରାଣ୍ଟକୁ ଗ୍ୟାସ ଦେବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜିଠାରୁ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଗ୍ୟାସ ଯୋଗାଇ ଦିଆଯିବ । ତେବେ ଖାଉଟି ମାନେ ବିଚଳିତ ନହେବକୁ କହିଲେ କହିଲେ ଯୋଗାଣ ମନ୍ତ୍ରୀ ।

ଗ୍ୟାସ ସଂକଟ, ବସିବ ବୈଠକ;

ସୂଚନା ଥାଉକି,  ଗ୍ୟାସ ସଙ୍କଟକୁ ନେଇ ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏହା ସହିତ ସରକାର ସ୍ପଷ୍ଟ କରିଛନ୍ତି ଓଡିଶାରେ ବର୍ତ୍ତମାନ କୌଣସି ଗ୍ୟାସ ସଙ୍କଟ ନାହିଁ, ପର୍ଯ୍ୟାପ୍ତ ମହଜୁଦ ରହିଛି। ସିଲିଣ୍ଡର ଗ୍ୟାସ ମଜୁତ ରହିଥିବାରୁ ଲୋକଙ୍କୁ ଭୟଭୀତ ହେବାର କୌଣସି କାରଣ ନାହିଁ।ପୂର୍ବରୁ କମର୍ସିଆଲ ଗ୍ୟାସ ବଣ୍ଟନ ୨୦ ପ୍ରତିଶତ ରହିଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ଆଉ ୨୦ ପ୍ରତିଶତ ମଞ୍ଜୁର କରିଥିବାରୁ, ବିଶେଷ କରି ରେଷ୍ଟୁରାଣ୍ଟ ଓ ହୋଟେଲ ମାନଙ୍କୁ ସହଜତା ମିଳିବ।

Also Read...Mining Auction: ବଢିବ ରାଜ୍ୟର ରାଜସ୍ୱ, ୨୦୨୩ ପରଠୁ ବନ୍ଦ ଥିବା ଖଣି ନିଲାମ ପୁଣି ହେବ

​​​​​​​ଏହା ସହ ଆଉ ୧୦ ପ୍ରତିଶତ ବଢ଼ାଇବା ପାଇଁ ଆଲୋଚନା ଚାଲିଛି। ସେଥିପାଇଁ ଶୀଘ୍ରେ କମର୍ସିଆଲ ଗ୍ୟାସ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ପୂରଣ ହେବା ଆଶା କରାଯାଉଛି। ଆଜିଠାରୁ କମର୍ସିଆଲ ସଂସ୍ଥାମାନଙ୍କୁ ୪୦ ପ୍ରତିଶତ ଗ୍ୟାସ ଯୋଗାଣ ଆରମ୍ଭ ହେବ। କେନ୍ଦ୍ର ପକ୍ଷରୁ ଆଉ ୧୦ ପ୍ରତିଶତ ପାଇଁ କିଛି ସର୍ତ୍ତ ରହିଛି, ଯାହାକୁ ପୂରଣ କରିବାରେ ରାଜ୍ୟ ସରକାର କାମ କରୁଛି।ସାଧାରଣ ଗ୍ରାହକଙ୍କ ପାଇଁ ଗ୍ୟାସ ବଣ୍ଟନ ସାଧାରଣ ଭାବେ ଚାଲିଛି ଏବଂ କୌଣସି ବିଘ୍ନ ନାହିଁ। ଯଦି କୌଣସି ଅଭିଯୋଗ ଆସେ, ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛି।

​​​​​​​