ମୁମ୍ବାଇ, ୧୮/୧୦ :ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଚକିତ ମାମଲା ସାମ୍ନାକୁ ଆସିଛି। ମାସକୁ ମାତ୍ର ୩,୫୦୦ ଟଙ୍କା ରୋଜଗାର କରୁଥିବା ଜଣେ ବ୍ୟକ୍ତିଙ୍କ ପାଖକୁ ୧.୪୬ କୋଟି ଟଙ୍କାର ଆୟକର ନୋଟିସ୍ ଆସିଛି।

Also Read :- Wedding: ବିଦେଶରେ ୨ ଦିନ ଚାଲିବ ଅନିରୁଦ୍ଧ ଓ କାବ୍ୟାଙ୍କ ୱେଡିଂ ସେଲିବ୍ରେସନ, ହାଇଦ୍ରାବାଦରେ ଦେବେ ଗ୍ରାଣ୍ଡ ରିସେପ୍ସନ

ଆୟକର ବିଭାଗ ଏକ ବ୍ୟବସାୟରେ ଅନିୟମିତତାର ସନ୍ଦେହ କରିଥିଲା। ଯାଞ୍ଚ କରିବାରୁ କିଙ୍ଗସି ଫାର୍ମା ନାମକ ଏକ କମ୍ପାନି ସହ ସଂଶ୍ଳିଷ୍ଟ ବ୍ୟାଙ୍କ ଆକାଉଣ୍ଟରୁ ୧.୨୭ କୋଟି ଟଙ୍କା ଉଠାଣ ବିଷୟରେ ସୂଚନା ମିଳିଲା। ୧୮.୨୫ ଲକ୍ଷ ଟଙ୍କା ଜମା ହୋଇଥିବା ମଧ୍ୟ ଜଣାପଡ଼ିଲା। ଅନ୍ୟପକ୍ଷେ,ନୋଟିସ୍ ପାଇଥିବା ରବି ଦୀଲିପ ୱଘେଲା କହିଛନ୍ତି,ତାଙ୍କର ଏହି ନେଣଦେଣ ସହ କୌଣସି ସମ୍ପର୍କ ନାହିଁ। ସେ ଅଫିସ୍ ବୟ ଭାବେ କାମ କରନ୍ତି ଏବଂ ତାଙ୍କର ମାସିକ ଆୟ ୩,୫୦୦ ଟଙ୍କା।

ତେବେ ପରେ ମାମଲା ଟ୍ରିବ୍ୟୁନାଲରେ ପହଞ୍ଚିଲା। ୱାଘେଲା ଅଭିଯୋଗ କଲେ,ଚାକିରି ସମୟରେ ତାଙ୍କୁ ନ ଜଣାଇ ତାଙ୍କ ଦସ୍ତଖତ ଓ କେୱାଇସି ଦସ୍ତାବିଜର ଉପଯୋଗ କରାଯାଇଛି। ସମ୍ବନ୍ଧିତ ପାନ୍ ଓ ବ୍ୟାଙ୍କ ଆକାଉଣ୍ଟରେ ନେଣଦେଣ ବିଷୟରେ ସେ କିଛି ଜାଣିନାହାନ୍ତି। ଖାସ୍ କଥା ହେଉଛି ଆୟକର ବିଭାଗ ଏହି କମ୍ପାନିକୁ ୱଘେଲାଙ୍କ ବ୍ୟବସାୟ ମନେ କରିଥିଲା। ୧.୨୭ କୋଟିର ଖର୍ଚ୍ଚ ଓ ୧୮.୮୫ ଲକ୍ଷର ଜମା ରାଶିକୁ ଠିକ୍ ନୁହେଁ ବୋଲି ସନ୍ଦେହ ଅଧିକାରୀ ସନ୍ଦେହ କରିଥିଲେ।

ଏହିଭଳି ଭାବେ ତାଙ୍କ ନାଁରେ ୧.୪୬ କୋଟି ଟଙ୍କାର ଆୟକର ନୋଟିସ୍ ପଠାଇଥିଲା ଆୟକର ବିଭାଗ। ନୋଟିସ୍କୁ ପ୍ରଥମେ ବାନ୍ଦ୍ରା ଠିକଣାକୁ ପଠାଯାଇଥିଲା । କିନ୍ତୁ ନୋଟିସ୍ ପହଞ୍ଚିଲା ନାହିଁ । ପରେ ଭିୱଣ୍ଡିର ଏକ ଆପାର୍ଟମେଣ୍ଟରେ ଏକ ବନ୍ଦ କୋଠରୀର କବାଟରେ ନୋଟିସକୁ ଲଗାଇ ଦିଆଗଲା। ସେହି ଠିକଣା ସହ ଓ୍ବାଘେଲାଙ୍କ ସମ୍ପର୍କ ବିଷୟରେ ବିଭାଗ କୌଣସି ସୂଚନା ହାସଲ କରିପାରିଲା ନାହିଁ । ତେବେ ଏପରି ଖବରକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି ।