କୋଲକାତା, ୧୮/୧୦ : ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଚୋରବାଗାନ ଦୁର୍ଗାପୂଜା ପେଣ୍ଡାଲରେ ଘଟିଥିବା ଅଘଟଣରେ ୧୯ ଜଣ ପ୍ରାଣ ହରାଇଛନ୍ତି । ୨୫ରୁ ଅଧିକ ଆଙତଙ୍କର ଚିକିତ୍ସା ଜାରି ରହିଛି । ଏହାମଧ୍ୟରେ ପ୍ରଶାସନ ପକ୍ଷରୁ ବଡ଼ ଆକ୍ସନ୍ ନିଆଯାଇଛି । ଘଟଣାରେ ପୋଲିସ ୧୨ ଜଣଙ୍କୁ ଅଟକ ରଖିଛି । ଏଥିରେ ପୂଜା କମିଟିର ସଦସ୍ୟ ରହିଛନ୍ତି । ସେମାନଙ୍କୁ ପୋଲିସ ଜେରା କରୁଛି ।

ଅଘଟଣ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଦୋଷୀଙ୍କୁ ଛଡାଯିବ ନାହିଁ ବୋଲି ସେ କହିଥିଲେ । ଯାହା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Also Read :-ନାନା ପାଟେକର ନା ସ୍ମିତ୍ ମଚ୍ଛାର ? କାହା ନାଁ’ରେ ହେବ ମୁମ୍ଵାଇର ରେଲୱେ ବ୍ରିଜ୍‌ର ନାମକରଣ

ପୋଲିସ ଅଧିକାରୀଙ୍କ କହିବାନୁସାରେ, ୧୨ ଜଣଙ୍କୁ ଅଟକ ରଖାଯାଇଛି । ସେମାନଙ୍କୁ ପଚରାଉଚୁରା କରାଯାଉଛି । ଫଳରେ ଅଘଟଣର କାରଣ ବାବଦରେ ଜାଣି ହେବ । ତଦନ୍ତରେ ଯଦି ଅନିୟମିତତା କିମ୍ବା ସୁରକ୍ଷାକୁ ନଜରଅନ୍ଦାଜ କରାଯାଇଥିବା ନେଇ ପ୍ରମାଣ ମିଳେ ତାହାଲେ କାହାରିକୁ ଛ଼ଡାଯିବନି । ଆଇନ ଅନୁସାରେ ପଦକ୍ଷେପ ନିଆଯିବ ।

ଅନ୍ୟଦିଗରେ ସିଏମ୍ ଶୁଭେନ୍ଦୁ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି । ଏହାର ମୁଖ୍ୟଭାବେ କୋଲକାତା ହାଇକୋର୍ଟର ଜଣେ ବିଚାରପତି ରହିବେ । ଏସଆଇଟିରେ ଏସଟିଏଫ, ସିଆଇଡି ଭଳି ବିଭାଗର ଅଧିକାରୀଙ୍କୁ ସାମିଲ କରାଯିବ ବୋଲି ଶୁଭେନ୍ଦୁ କହିଛନ୍ତି ।