ଭୁବନେଶ୍ବର ୧୭।୧୦: ନବୀନ ନିବାସ ଛାତ୍ର ନେତାଙ୍କ ଗହଳି । ବାଜା ଏବଂ ଶଙ୍ଖ ଶବ୍ଦରେ କମ୍ପିଲା ନବୀନ ନିବାସ ପରିସର । ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜୟୀ ଛାତ୍ରନେତା । ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ବଡ଼ ସଫଳତା ହାସଲ କରିଥିବା ବେଳେ ଯୁବ ନେତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ।

Also Read:- ଭୁବନେଶ୍ବରରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ, ଭବ୍ୟ ସ୍ୱାଗତ ସହ ଦିଆଗଲା ଗାର୍ଡ ଅଫ୍ ଅନର

ଏହି ଅବସରରେ ନବୀନ ପଟ୍ଟନାୟକ କହିଛନ୍ତି, ୬୦ ପ୍ରତିଶତ କଲେଜ ଓ ୫୦ ପ୍ରତିଶତ ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ଜିତିଛି । ରାଜ୍ୟର ବିଜେପି ସରକାର ଅର୍ଥ, ବାହୁବଳ ଏବଂ ଅନ୍ୟାନ୍ୟ ଅନୁଚିତ ଉପାୟ ଅବଲମ୍ବନ କରିଥିଲେ ମଧ୍ୟ ବିଜୁ ଛାତ୍ର ଜନତା ଦଳର ଯୁବ ନେତାମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନିର୍ବାଚନ ଜିତିବାରେ ସଫଳ ହୋଇଛି । ଏହି ବିଜୟ ପାଇଁ ସେ ସମସ୍ତ ବିଜୟୀ ପ୍ରାର୍ଥୀ ଏବଂ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ଉତ୍ସାହକୁ ପ୍ରଶଂସା କରିଛନ୍ତି ।