ଛତ୍ରପୁର, ୬/୧୧ : ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଧାନ ଫସଲ କ୍ଷତି ହୋଇଥିବାବେଳେ ଏହାର ସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କ୍ଷତିଗ୍ରସ୍ତ ଧାନଜମି ପରିଦର୍ଶନ କରିଛନ୍ତି। ଛତ୍ରପୁର ତହସିଲ ଅନ୍ତର୍ଗତ ବଉଳଗାଁ ଓ ବରଙ୍ଗ ଅଂଚଳ ବନ୍ୟାଜଳରେ ବୁଡ଼ି ରହିଥିବା ଧାନଜମି, ବାଲି ମାଡ଼ି ଯାଇଥିବା ଜମି ଏବଂ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା କ୍ଷେତ୍ର ବୁଲି ଦେଖିବା ସହ ସେ ଚାଷୀଙ୍କ ସହ ଆଲୋଚନା କରିଥିଲେ।

ଏହି ଅବସରରେ ଚାଷୀଙ୍କ କ୍ଷୟକ୍ଷତିର ସଠିକ୍ ଆକଳନ କରି ଯଥାଶୀଘ୍ର ରିପୋର୍ଟ ପ୍ରସ୍ତୁତ କରି ପଠାଇବାକୁ ଜିଲ୍ଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କ୍ଷତିଗ୍ରସ୍ତ ଚାଷଜମିର ଆକଳନ କାର୍ଯ୍ୟରେ ତହସିଲଦାର, ବୈଷୟିକ ଟିମ୍ ଏବଂ କୃଷି ବିଭାଗର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରୁଛନ୍ତି। ଚାଷୀମାନଙ୍କୁ କିପରି ତ୍ୱରିତ କ୍ଷତିପୂରଣ ଓ ସହାୟତା ମିଳିପାରିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।

Also Read :- Earthquake: ସକାଳୁ ସକାଳୁ ଥରିଲା ହିମାଚଳ-ତେଲେଙ୍ଗାନା, ନାହିଁ କ୍ଷୟକ୍ଷତିର ସୂଚନା

ଏହି ପରିଦର୍ଶନ ସମୟରେ ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତିଙ୍କ ସମେତ କୃଷି ଓ ଉଦ୍ୟାନ କୃଷି ବିଭାଗର ଅଧିକାରୀ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।