ନୂଆଦିଲ୍ଲୀ, ୦୩/୧୦ :ଆଜିର ଦିନରେ ଭାରତୀୟ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ରହିଛି । ଗାନ୍ଧୀଙ୍କୁ ଦେଶରେ ଜାତିର ପିତା ଭାବେ ସମ୍ମାନ ଦିଆଯାଏ । ସେ ଦେଶର ସ୍ୱାଧିନତାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ । ତେବେ ଯେତେବେଳେ ଭାରତୀୟ ନୋଟର ନବେକଳେବର ହେଲା ସେହି ସମୟରେ ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ କିଛି ଛବିକୁ ନୋଟରେ ସ୍ଥାନ ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।

ବ୍ରିଟିଶ ଅମଳରେ ଭାରତରେ ପ୍ରଚଳିତ ନୋଟରେ କିଙ୍ଗ୍ ଜର୍ଜଙ୍କ ଫଟୋ ଥିଲା । ଏହାକୁ ବଦଳାଇବା ପାଇଁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଥିଲା । ପ୍ରଥମେ ନୋଟରେ ଗାନ୍ଦୀଙ୍କ ଫଟୋ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ଡିଜାଇନ୍ ମଧ୍ୟ ପ୍ରସ୍ତୁତ ଥିଲା । କିନ୍ତୁ ଶେଷରେ ଅଶୋକ ସ୍ତମ୍ଭ ବା ଲାୟନ କ୍ୟାପିଟାଲକୁ ସ୍ଥାନ ଦିଆଯିବା ପାଇଁ ଚୂଡାନ୍ତ କରାଯାଇଥିଲା ।

ଯାହାକୁ ଭିତ୍ତି କରି ୧୯୪୯ ମସିହାରେ ରିଜର୍ଭ ବ୍ୟାଙ୍କ ପ୍ରଥମ ଏକ ଟଙ୍କିଆ ନୋଟ୍ ପ୍ରଚଳନ କରିଥିଲା ।ଏଥିରେ ଅଶୋକ ସତମ୍ଭକୁ ସ୍ଥାନ ଦିଆଯାଇଥିଲା । କାରଣ ଅଶୋକ ସ୍ତମ୍ଭ ଦେଶର ଐତିହ୍ୟ, ବିଜ୍ଞାନ ବାବଦରେ ଅନେକ କଥା କହେ । ଏହାସହ ଏଥିରେ ପଶୁପକ୍ଷୀଙ୍କ ଚିତ୍ର ରହିଥିଲା ।

ଏହି ଧାରା ୧୯୫୦ ଏବଂ ୧୯୬୦ ଯାଏଁ ଚାଲିଥିଲା । କିନ୍ତୁ୧୯୬୯ରେ ଗାନ୍ଧୀଙ୍କ ଜନ୍ମ ଶତ ବାର୍ଷିକୀରେ ମହାତ୍ମାଙ୍କ ଫଟୋ ନୋଟରେ ସ୍ଥାନ ପାଇଥିଲା । ଗାନ୍ଧୀ ସେବାଶ୍ରମରେ ବସିଥିବା ଏକ ଫଟୋ ନୋଟରେ ସ୍ଥାନ ଦିଆଯାଇଥିଲା । ଏହା ଏବେକାର ଗାନ୍ଧୀଙ୍କ ଫଟୋଠୁ ବିନ୍ନ ଥିଲା । କିନ୍ତୁ ୧୯୮୭ରେ ନୋଟଟରେ ବଡ଼ ପରିବର୍ତ୍ତନ କରାଯାଇଥିଲା । ଏଥିରେ ମହାତ୍ମାଙ୍କ ଏକ ପୋଟ୍ରୋଟ୍ ଛବିକୁ ସ୍ଥାନ ଦିଆଯାଇଥିଲା । ଏହାସହ ଅଶୋକ ସ୍ତମ୍ଭକୁ ମଧ୍ୟ ସ୍ଥାନ ଦିଆଯାଇଥିଲା । ଏଥିରେ ଗାନ୍ଧୀଙ୍କ ସହ ତାଙ୍କର କିଛି ସହଯୋଗୀ ଥିବା ଦେଖିବାକୁ ମିଳିଥିଲା ।

ସେହିପରି ୧୯୯୭ରେ ୧୦,୫୦,୧୦୦ ଟଙ୍କିଆ ନୋଟରେ ମଧ୍ୟ ଗାନ୍ଧୀଙ୍କ ଛବି ରହିଥିଲା । ଏହାସହ ନୋଟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଇଥିଲା ।