ପଦ୍ମପୁର: ଜଳୁଛି ଗନ୍ଧମାର୍ଦ୍ଦନ ଜଙ୍ଗଲ, ଶୋଇଛି ବନବିଭାଗ । ପଦ୍ମପୁର ଉପଖଣ୍ଡ ପାଇକମାଲ ରେଞ୍ଜ ଅଧିନସ୍ଥ ଗନ୍ଧମାର୍ଦ୍ଦନ ପାହାଡ଼ରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ଜଙ୍ଗଲରେ ନିଆଁ ହୁ ହୁ କରି ଜଳୁଥିବା ଦୃଶ୍ୟ ଏବେ ସାଧାରଣ ଲୋକଙ୍କୁ ଭୟଭୀତ କରୁଛି । ଗନ୍ଧମାର୍ଦ୍ଦନରେ ବିଭିନ୍ନ ପ୍ରକାରର ଔଷଧୀୟ ଗୁଳ୍ମ, ମୂଲ୍ୟବାନ ବୃକ୍ଷ ରହିଛି ।

ପର୍ବତମାଳାରୁ ମିଳେ କଣ?

ଏହି ପର୍ବତମାଳାରୁ ମିଳୁଥିବା କେନ୍ଦୁ, ମହୁଲ, ଟୋଲ ଭଳି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ପ୍ରାୟ ୫୦ ହଜାର ଆଦିବାସୀ ଓ ଜନଜାତି ଲୋକ ଜୀବିକା ନିର୍ବାହ କରୁଛନ୍ତି କିନ୍ତୁ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଏହି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ଜଙ୍ଗଲ ଓ ପରିବେଶକୁ ଭୟଙ୍କର କ୍ଷତି ପହଞ୍ଚାଉଛି ।କହିବାକୁ ଗଲେ ଗନ୍ଧମାର୍ଦ୍ଦନ ପାହାଡ ଏକ ସମୃଦ୍ଧ ପ୍ରାକୃତିକ ସମ୍ପଦର ଭଣ୍ଡାର ଭାବେ ପରିଚିତ । ଏଠାରେ ବିଭିନ୍ନ ପ୍ରକାରର ଔଷଧୀୟ ଗୁଳ୍ମ, ବନ୍ୟଜନ୍ତୁ, ସରୀସୃପ ସହ ମୂଲ୍ୟବାନ ବୃକ୍ଷଲତା ପ୍ରଚୁର ପରିମାଣରେ ମିଳେ।

Also Read...Snake Dog Fight: ଲଢେଇ ଥିଲା ଜୋରଦାର, ଗୋଟିଏ ସାପକୁ ୪ କୁକୁର, ଶେଷରେ ଚଳଚ୍ଚିତ୍ର ପରି ଏଣ୍ଡିଂ.....

କଣ କରୁଛି ବନବିଭାଗ?

ଏହି ପର୍ବତମାଳାରୁ ମିଳୁଥିବା ଚାର, କେନ୍ଦୁ, ମହୁଲ, ଟୋଲ ଭଳି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ପ୍ରାୟ ୫୦ ହଜାର ଆଦିବାସୀ ଓ ଜନଜାତି ଲୋକ ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଏହି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ଜଙ୍ଗଲ ଓ ପରିବେଶକୁ ଭୟଙ୍କର କ୍ଷତି ପହଞ୍ଚାଉଛି। ବନ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ସତ୍ତ୍ୱେ ନିଆଁ କିପରି ଲାଗୁଛି ଏବଂ ଏହାକୁ କାହିଁକି ରୋକାଯାଉନାହିଁ ବୋଲି ସଚେତନ ନାଗରିକ ମହଲରେ ପ୍ରଶ୍ନ ଉଠିଛି।

ତାତିଲେ ସ୍ଥାନୀୟ ଲୋକ:

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଅଗ୍ନିନିୟନ୍ତ୍ରଣ ପାଇଁ ବନ ବିଭାଗ ପକ୍ଷରୁ ପ୍ରୟୋଜନୀୟ । ସଠିକ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ନିଆଁ ଭୟାବହ ରୂପ ନେଉଛି। ଏହା ଫଳରେ ପରିବେଶ ସହ ଜନଜୀବନ ଉପରେ ମଧ୍ୟ ଗୁରୁତର ପ୍ରଭାବ ପଡୁଛି । ଏହି ପରିସ୍ଥିତିରେ ଶୀଘ୍ର ଅଗ୍ନିନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ କରିବା ସହ ଜଙ୍ଗଲ ସୁରକ୍ଷା ପାଇଁ କଡା ନିୟମ ଲାଗୁ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।