ଭୁବନେଶ୍ୱର: ଲଢେଇ ଥିଲା ଜୋରଦାର । ଫିଲ୍ମ ସିନ୍ ପରି ଥିଲା ଫାଇଟ୍ । ଗୋଟିଏ ସାପକୁ ୪ କୁକୁର । ଭୁବନେଶ୍ୱର ଚିଲି ପୋଖରୀ ଅଞ୍ଚଳରେ ମଙ୍ଗଳବାର ଖରାବେଳ ଥିଲା କିଛି ଏପରି । ସ୍ଥାନୀୟ ଅଞ୍ଚଳର ଝୁନା ଜେନା ଥିଲେ ଘରେ ଏକୁଟିଆ । ଦିନ ପ୍ରାୟ ୩ଟା ସମୟରେ ହଠାତ୍ ତାଙ୍କର ପୋଷା କୁକୁର ମାନଙ୍କର ପାଟି ଶୁଣି ବାହାରକୁ ଧାଇଁ ଆସିଥିଲେ । ଦେଖଥିଲେ ଏମିତି ଗୋଟିଏ ବଡ଼ ନାଗକୁ ଘେରିଯାଇଛନ୍ତି ୪ଟି କୁକୁର । କୁକୁର ମାନେ ଖୁବ୍ ଜୋରରେ ଭୋକିବା ସହିତ ନାଗ ସାପକୁ ମୁହଁରେ ଧରି କାମୁଡିବା ପାଇଁ ଚେଷ୍ଟା କରୁଥାନ୍ତି ।

୪ କୁକୁର-ସାପ ଲଢେଇ:

ଝୁନା ବିକଳ ହୋଇ କୁକୁରମାନଙ୍କୁ ଡାକି ସାପ ଠାରୁ ଅଲଗା କରିବା ଚେଷ୍ଟା କରିବାକୁ ଲାଗିଲେ । ଦୀର୍ଘ ସମୟ ପରେ ଅନ୍ୟ ୩ କୁକୁର ତାଙ୍କ କଥା ମାନି ଫେରି ଆସିଥିଲେ । ତେବେ ଝୁନାଙ୍କ କଥା ମାନିନଥିଲା ମାଈ କୁକୁର ଫୋନୀ । ଲଢେଇରେ ନାଗ ସାପର ମୁହଁକୁ ବାରମ୍ବାର ଝୁଣି ପକେଇ ଥିଲା । ଏତିକି ବେଳେ ନାଗ ସାପ ଫୋନୀକୁ କାମୁଡି ଦେଇଥିଲା । କିଛି ସମୟ ପରେ ଜଣେ ଯୁବକ ଆସି ଫୋନୀକୁ ଅଲଗା କଲେ ସିନା, ସିଏ ସେତେବେଳକୁ ଗୁରୁତର ହେଇ ସାରିଥିଲା । ସେତିକି ବେଳେ ଝୁନା ବିକଳ ହୋଇ ପାଇପ୍ ରେ ଫୋନୀ ଉପରେ ପାଣି ଢାଳି ଥିଲେ । ଏହାପରେ ତାକୁ ସହିଦ ନଗର ସ୍ଥିତ ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ । ହେଲେ ଫୋନୀ ଜୀବନ ହାରି ସାରିଥିଲା ।

କୁକୁରଙ୍କୁ କାମୁଡନ୍ତି ସାପ:

ସ୍ନେକ୍ ହେଲ୍ପ ଲାଇନ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ କେବଳ ସାପ ଏବଂ କୁକୁରର ମୃତଦେହ ଦେଖିବାକୁ ପାଇଥିଲେ । ଫୋନୀର ଦେହ ଯାଞ୍ଚ କରିବାରୁ, ଛାତି ପାଖରେ ଏବଂ କାନରେ ରକ୍ତ ଦାଗ ଦେଖିବାକୁ ପାଇଥିଲେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଅରୁଣ ବରାଳ । ସ୍ନେକ୍ ହେଲ୍ପ ଲାଇନ୍ ର ସମ୍ପାଦକ କହିଛନ୍ତି "କୁକୁର ମାନେ ସାପକୁ ମାରି ପାରନ୍ତି । କିନ୍ତୁ, ଡାସଣ୍ଡ କୁକୁର ମାନଙ୍କର ଉଚ୍ଚତା କମ୍ ହେଇଥିବାରୁ ନାଗ ସାପ ଫୋନୀକୁ ସହଜରେ କାମୁଡ଼ି ଦେଇଥିଲା ।

Also Read...Gas crisis: ଧାନ ମଣ୍ଡି ସହ ରନ୍ଧନ ଗ୍ୟାସ ସମସ୍ୟା, କଂଗ୍ରେସ କରୁଛି ବନ୍ଦ ପାଳନ

ତେବେ, ସାପ କାମୁଡି ବା ପରେ କେବେ ହେଲେ ବି କୌଣସି ପଶୁଙ୍କ ଦେହରେ ପାଣି ଢାଳିବା କଥା ନୁହେଁ । ଏହାଦ୍ୱାରା ଦେହରେ ଶୀଘ୍ର ବିଷ ସଞ୍ଚରଣ ହୋଇଥାଏ" । ଶେଷରେ ଲଢେଇର ଫିଲ୍ମ ପରି ହୋଇଥିଲା ଦ ଏଣ୍ଡ । ସାପ ବି ମରିଥିଲା ଆଉ କୁକୁର ବି ମିରିଥିଲା । ହେଲେ ମାଲିକାଣୀ କିନ୍ତୁ ଫୋନୀକୁ ହରାଇ ଛାଡି ଫଟାଇ କାନ୍ଦୁଛନ୍ତି ।