ନୂଆଦିଲ୍ଲୀ,୧୩|୦୬:ପ୍ରତିରକ୍ଷା ବଜେଟକୁ ବୃଦ୍ଧି କରୁଛି ଭାରତ । ଆମେରିକା, ଚାଇନା ଏବଂ ଋଷ୍ ଭଳି ଦେଶ ସହ ସମକକ୍ଷ ହେଲାଣି । ଅନେକ ନୂଆ ନୂଆ ଟେକନୋଲୋଜିର ବିକାଶ ହେଉଛି । ମିସାଇଲ ପରୀକ୍ଷଣ ହେଉଛି । ଯାହା ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଏକ ଶକ୍ତିଶାଳୀ ଦେଶ ଭାବେ ଉଭା କରିଛି ।

ନିକଟରେ ଡିଆରଡିଓ ଏକ ମିସାଇଲ ପରୀକ୍ଷଣ କରିଛି । ଯାହା ଶତ୍ରୁର ବାଲିଷ୍ଟିକ୍ ମିସାଇଲକୁ ଟାର୍ଗେଟ୍ କରିପାରିବ । ଏପରିକି ଯୁଦ୍ଧ ଜାହାଜକୁ ଧ୍ୱଂସ କରିପାରିବ । ଏହି ମିଡିୟମ ରେଞ୍ଜର ମିସାଇଲ ଭାରତୀୟ ସେନାରେ ସାମିଲ ହେବା ପରେ ସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଯାହା ସମୁଦ୍ରରୁ ଭାରତ ପ୍ରତି ଥିବା ବିପଦକୁ ଉଚିତ ମୁକାବିଲା କରିପାରିବ ।

Also Read :-ବୈଭବଙ୍କ ପରେ ସାନ ଭାଇ ବି ବର୍ଷା କଲେ ଛକା-ଚଉକା, ଲଗାଇଲେ ଶତକ...ଖେଳିବେ IPL !

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସୋସିଆଲ ମିଡିଆ ପୋଷ୍ଟ୍ ଅନୁସାରେ, ମଲଟି ଲେୟାରଡ୍ ବିଏମଡି ସିଷ୍ଟମର ପରୀକ୍ଷଣ ସଫଳ ହୋଇଛି । ଏହା ସଫଳତାର ସହ ଲକ୍ଷ୍ୟକୁ ଭେଦ କରିଛି । ଏଥିରେ ଅତି ଉନ୍ନତ ଲାଟେଷ୍ଟ୍ ଟେକନୋଲୋଜି ରହିଛି । ଏହି ପରୀକ୍ଷଣ ସହ ଭାରତ ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ୍ କାପାବିଲିଟିଜ୍ ଗ୍ରୁପରେ ପ୍ରବେଶ କରିଛି ।

ବିଶ୍ୱରେ ଖୁବ୍ କମ୍ ଦେଶ ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ କାପାବିଲିଟିଜ୍ ଗ୍ରୁପରେ ରହିଛନ୍ତି । ଏହି ସବୁ ଦେଶ ହେଲା ଆମେରିକା, ଚାଇନା, ଋଷିଆ ଏବଂ ଇସ୍ରାଏଲ । ଏବେ ଭାରତ ଟପ୍ ଦେଶମାନଙ୍କ ସହ ଯୋଗ ଦେଇଛି । ଏହା ଏକ ଆଣ୍ଟି ସିପ୍ ମିସାଇଲ୍ ଭାବେ ମଧ୍ୟ କାର୍ଯ୍ୟ କରିପାରିବ । ଆଗାମୀ ଦିନରେ ଏହାକୁ ଅଧିକ ବିକଶିତ କରାଯିବ ବୋଲି ସେ କହିଛନ୍ତି ।