ନୂଆଦିଲ୍ଲୀ,|୦୬:ସାରା ବିଶ୍ୱ ବୈଭବ ସୂର୍ଯ୍ୟବଂଶୀଙ୍କ ଜଲଓ୍ୱା ଦେଖିଛି । ବଡ ବଡ ଷ୍ଟାର୍ ବୋଲରଙ୍କୁ ପ୍ରହାର କରୁଛନ୍ତି ୧୫ ବର୍ଷୀୟ ବୈଭବ । ଆଇପିଏଲଠୁ ଅଣ୍ଡର ୧୯ ବିଶ୍ୱକପ୍ । ସମସ୍ତ ମ୍ୟାଚରେ ସେ ଛକା ଏବଂ ଚଉକା ବର୍ଷା କରୁଛନ୍ତି । ତେବେ ଖାଲି ବୈଭବ ନୁହେଁ ଏବେ ତାଙ୍କ ଭାଇ ମଧ୍ୟ କ୍ରିକେଟରେ ଦେଖାଇଛନ୍ତି ନିଜର ଧୂଆଁଧାର ବ୍ୟାଟିଂ ।

Also Read :- ଭାରତ-ଆଫଗାନିସ୍ତାନ ଦିନିକିଆ ସିରିଜ୍ : ରୋହିତଙ୍କ କାନ୍ଧରେ ବଡ ଦାୟିତ୍ୱ, ଡେବ୍ୟୁ କରିବେ ନୂଆ ଖେଳାଳି

ରିପୋର୍ଟ ଅନୁସାରେ, ବୈଭବଙ୍କ ସାନ ଭାଇ ଆଶୀର୍ବାଦ ଏବେ ଚର୍ଚ୍ଚାକୁ ଆସିଛନ୍ତି । ବିହାରର ସମସ୍ତିପୁରରେ ଚାଲିଥିବା ଏକ ସ୍ଥାନୀୟ ମୁକାବିଲାରେ ତାଙ୍କ ବ୍ୟାଟ୍ ଗର୍ଜନ କରିଛି । ସେ ୮୭ ବଲରୁ ୧୦୩ ରନ୍ କରିଛନ୍ତି । ତାଜପୁର କ୍ରିକେଟ୍ ଆକାଡେମୀ ପକ୍ଷରୁ ଖେଳି ସେ ନିଜର ପରାକାଷ୍ଠା ଦେଖାଇଛନ୍ତି । ଏକି ଶତକରେ ୨୦ଟି ଚଇକା ଏବଂ ଗୋଟିଏ ଛକା ସାମିଲ ରହିଛି । ଏହାସହ ତାଙ୍କର ଷ୍ଟ୍ରାଇକ୍ ରେଟ୍ ଥିଲା ୧୧୮.୩୯ । 

ଆଶୀର୍ବାଦଙ୍କ ଶତକ ପରେ ତାଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ବଡ ଭାଇ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବୈଭବ ସୋସିଆଲ ମିଡିଆରେ ଭାଇଙ୍କୁ ଅଭିନନ୍ଦନ କରି ପୋଷ୍ଟ୍ କରିଛନ୍ତି ।

ସୂଚନାଯୋଗ୍ୟ, ବୈଭବ ଗତ ଆଇପିଏଲରେ ଅରେଞ୍ଜ୍ କ୍ୟାପ୍ ଜିତିଥିଲେ । ତାଙ୍କ ବ୍ୟାଟରୁ ୭୭୬ ରନ୍ ବାହାରିଥିଲା । ମାତ୍ର ୧୬ଟି ମୁକାବିଲାରେ ସେ ଏହି ରନ୍ ସ୍କୋର୍ କରିଥିଲେ । ଏହାପରେ ତାଙ୍କୁ ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜ୍ ପାଇଁ ସ୍ଥାନ ମିଳିଛି ।

ଯେତେବେଳେ ବୈଭବଙ୍କୁ ଭାରତୀୟ ସିନିଅର୍ ଟିମରେ ଜାଗା ମିଳିଥିଲା ତାଙ୍କ ଜିଲ୍ଲାରେ ଉତ୍ସବ ପାଳନ କରାଯାଇଥିଲା । ବୈଭବଙ୍କ ସମ୍ପର୍କୀୟ, ପଡୋଶୀ ଏବଂ ଗାଁ ଲୋକେ ଖୁସି ମନାଇବା ସହ ଭୋଜିଭାତର ଆୟୋଜନ କରିଥିଲେ ।