ଯାଜପୁର ୨୨।୧୦ : ନଦୀ ମଝିରେ ବୁଡିଗଲା ଡଙ୍ଗା । ଭାସିଗଲେ ୪ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ  ଅନ୍ୟ ୨ ଜଣ ଏବେ ବି ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଛି ଉଦ୍ଧାର କାର୍ଯ୍ୟ । 

ଖବର ଅନୁଯାୟୀ, ଯାଜପୁର ତାନ୍ତିଘାଇ ନଦୀରେ ୪ ଜଣ ଏକ ଡଙ୍ଗା ଯୋଗେ ନଦୀ ପାର୍ ହେଉଥିଲେ । ଡଙ୍ଗାରେ ଥିଲେ ଗୋଟିଏ ପରିବାର ୪ ଜଣ । ତେବେ ନଦୀ ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଡଙ୍ଗାରେ ଥିବା ୪ ଜଣ ବୁଡିଯାଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାକି ଦୁଇ ନିଖୋଜ ଅଛନ୍ତି । ତାନ୍ତିଘାଇ ନଦୀର କମଳପୁର ଘାଟ ନିକଟରେ ଘଟିଛି ଅଘଟଣ ।

Also Read:-ଚିକିତ୍ସା ଅବହେଳାରୁ ମାଆ ଓ ନବଜାତ ଶିଶୁର ମୃତ୍ୟୁ ! ଭୀମଭୋଇ ମେଡିକାଲରେ ଉତ୍ତେଜନା

ସେପଟେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି । ନଦୀରେ ବୁଡ଼ିଯାଇଥିବା ୪ ଜଣଙ୍କ ପରିଚୟ ମିଳିଛି । ମହମ୍ମଦଜାପୁର ଗାଁର ସନାତନ ଦଳେଇଙ୍କ ପତ୍ନୀ, ଝିଅ ଓ ଦୁଇ ନାତି । ପତ୍ନୀ ଓ ଝିଅ ଉଦ୍ଧାର ହୋଇଥିବା ବେଳେ ଦୁଇ ନାତି ଏବେ ବି ନିଖୋଜ ଅଛନ୍ତି ।