ରାୟଗଡ଼ା ୨୦।୬: ରାୟଗଡା ଜିଲ୍ଲା କଲ୍ଯାଣସିଂହପୁର ଭିଡ଼ ହିଂସା ଓ ବର୍ବରତା ଘଟଣାରେ ପୋଲିସ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଘଟଣାରେ ପୋଲିସ ଆଉ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗିରଫ ସଂଖ୍ୟା ଏବେ ୨୦କୁ ବୃଦ୍ଧି ପାଇଛି । ଏବେ ମଧ୍ଯ ଗିରଫ ଭୟରେ କଲ୍ଯାଣସିଂହପୁର ତେନ୍ତାଲିଗୁଡା ସମେତ ଅନ୍ଯ କିଛି ଅଞ୍ଚଳ ପୁରୁଷ ଶୂନ୍ଯ ହୋଇଯାଇଛି ।

Also Read:- ମହିଳାଙ୍କ ଜୀବନ ନେଇଗଲା ଡିଜେ ସାଉଣ୍ଡ୍ ! ବନ୍ଦ କରିବାକୁ କହୁଥିଲେ, କେହି ଶୁଣିଲେନି

ପିଲା ଚୋର ସନ୍ଦେହରେ ଗତ ମଙ୍ଗଳବାର ଦିନ କନ୍ଧମାଳ ଜିଲ୍ଲାରେ କାର୍ଯ୍ଯରତ ଦିଲ୍ଲୀର ଜଣେ ଯୁବତୀ ଓ ଯୁବକ ଭିଡ଼ ହିଂସାର ଶିକାର ହୋଇଥିଲେ । ଉକ୍ତ ଯୁବତୀଙ୍କୁ ବିବସ୍ତ୍ର କରି ଲୋକ ମାନେ ମାଡ ମାରିବା ସହ ଦୁର୍ବ୍ଯବହାର କରିଥିଲେ । ଯାହାକୁ ସଭ୍ଯ ସମାଜ ନିନ୍ଦା କରିଛନ୍ତି । ଘଟଣା ଘଟିବା ପରେ ପୋଲିସ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିବା ବେଳେ ଉକ୍ତ ସ୍ଥାନରେ ମଧ୍ଯ ଲୋକେ ଲଙ୍କାକାଣ୍ଡ କରିଥିଲେ । ଏହି ବର୍ବରତାକୁ ସବୁ ସ୍ତରରେ ନିନ୍ଦା କରାଯାଇଥିବା ବେଳେ ଆଗକୁ ଗିରଫ ସଂଖ୍ଯା ବଢିପାରେ ବୋଲି କୁହାଯାଇଛି ।