ବୌଦ୍ଧ: ପଦବୀର ଅପବ୍ୟବହାର କରିବା ପୋଲିସ୍ ମ୍ୟାଡାମଙ୍କୁ ମହଙ୍ଗା ପଡ଼ିଛି। ବେଆଇନ ଗଞ୍ଜେଇ କାରବାର ସହ ସମ୍ପୃକ୍ତି ଅଭିଯୋଗରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାର ପୂର୍ବତନ ମହିଳା IIC ସୁସ୍ମିତା ମଗରଙ୍କୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଓ ପଦର ଅପବ୍ୟବହାର ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସୂଚନା ଅନୁସାରେ, ମନମୁଣ୍ଡା ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ଗଞ୍ଜେଇ କାରବାର ଏବଂ ଗଞ୍ଜେଇ ମାଫିଆଙ୍କ ସହ ମହିଳା IIC ସୁସ୍ମିତା ମଗରଙ୍କର ପରୋକ୍ଷ ସମ୍ପୃକ୍ତି ଥିବା ନେଇ ଗୁରୁତର ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ପ୍ରଥମେ ତାଙ୍କୁ ମନମୁଣ୍ଡା ଥାନାରୁ ହଟାଇ ବୌଦ୍ଧ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା।

ପରବର୍ତ୍ତୀ ସମୟରେ ଘଟଣାର ଗୁରୁତ୍ୱ ଦୃଷ୍ଟିରେ ରଖି ଏବଂ ପଦବୀର ଅପବ୍ୟବହାର ପ୍ରମାଣିତ ହେବା ପରେ ପୋଲିସ ଡିଜି ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ପୋଲିସ ବିଭାଗରେ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ DGPଙ୍କ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ପରେ ପୋଲିସ ପ୍ରଶାସନ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି।