ବେଙ୍ଗାଲୁରୁ,/୦୯ :ମହଙ୍ଗା ପଡିଲା କେରଳ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ହାନୀ କରିବା । କେରଳ ସିଏମ୍ ଭି ଡି ସାଥିସାନଙ୍କ ନକଲି ବା ଜାଲ୍ ବିବାହ କାଗଜପତ୍ର ମାମଲାରେ ପୋଲିସ ତିନି ଜଣଙ୍କବିରୋଧରେ ମାମଲା ରୁଜୁ କରିଛି। ରାଜ୍ୟର ସାଇବର କ୍ରାଇମ୍ ପୋଲିସପକ୍ଷରୁଘଟଣାରେ ରିପୋର୍ଟର ବ୍ରଡକାଷ୍ଟିଂ ପ୍ରାଇଭେଟ୍ ଲିମିଟେଡର ଅଧିକାରୀ ଆଣ୍ଟୋ ଆଗଷ୍ଟାଇନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହାସହ ଅନ୍ୟ ଦୁଇ ବ୍ୟକ୍ତିଙ୍କୁ ବିରୋଧରେ ମଧ୍ୟ ଏଫଆଇଆର ହୋଇଛି ।

ରିପୋର୍ଟ ଅନୁସାରେ, ଆଣ୍ଟୋ ଗତ୧୦ତାରିଖରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଉଥିଲେ । ଏହି ସମୟରେ ଦୁଇ ଜଣ ବ୍ୟକ୍ତି ଆଣ୍ଟୋଙ୍କ ନିକଟରେ ପହଁଚିଥିଲେ । ଏପରିକି ତାଙ୍କ ପାଖରେ କୋଟି କୋଟି ଟଙ୍କା ମୂଲ୍ୟର ଏକ ଖବର ଥିବା କହିଥିଲେ । ଦୁଇ ବ୍ୟକ୍ତି ଆଣ୍ଟୋଙ୍କୁ ଏକ ମ୍ୟାରେଜ୍ ସାର୍ଟିଫିକେଟ୍ ଦେଇଥିଲେ । ଯାହାକୁ କର୍ଣ୍ଣାଟକର ସବ୍ ରେଜିଷ୍ଟ୍ରାର୍ ଜାରି କରିଥିଲେ । ଏଥିରେ୨୦୧୨ଅକ୍ଟୋବର୧୭ତାରିଖରେ କେରଳ ସିଏମ୍ ଦ୍ୱିତୀୟ ବିବାହ କରିଥିବା ଉଲ୍ଲେଖ ରହିଥିଲା ।

ତେବେ ଆଣ୍ଟୋ ଏହା ନକଲି ଜାଣି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ହାନୀ ହେଲା ଭଲି କାମ କରିଥିଲେ । ପରେ କଂଗ୍ରେସ ପକ୍ଷରୁ ପୋଲିସରେ ଏଫଆଇଆର ଦିଆଯାଇଥିଲା । କଂଗ୍ରେସ ନେତା ରାଜୁ ପି ମଧ୍ୟ ପୋଲିସ ଡିଜିଙ୍କୁ ଏପ୍ରସଙ୍ଗରେ ଭେଟିଥିଲେ । ଜାଣିଶୁଣି ସିଏମଙ୍କ ଚରିତ୍ର ହାନୀ କରାଯାଉଥିବା ରାଜୁ ପି କହିଥିଲେ । ଘଟଣାକୁ ଗୁରୁତର ସହ ନେଇ ଡିଜି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ଆକ୍ସନ ନିଆଯାଇଥିଲା ।

ଏହି ଗୋଟିଏ ମାମଲା ନୁହେଁ, ଆଣ୍ଟୋଙ୍କୁ ଆଉ ଏକ ମାମଲାରେ ମଧ୍ୟ ଗିରଫ କରାଯିବ । ତାଙ୍କ ବିରୋଧରେ ଆର୍ଜେଣ୍ଟାଇନ୍ ଫୁଟବଲ ଆସୋସିଏସନ ସହ ଏକାରବାରକୁ ନେଇ ଅଭିଯୋଗ ରହିଥିଲା । ଏଥିରେ ତାଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର ମାମଲା ରୁଜୁ କରାଯାଇଛି । କାଲାମାସେରୀ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।