ଭୁବନେଶ୍ବର ୧୮।୧୦: କେଉଁଠି ଖୋଲାରେ ପଡ଼ିଛି ଫାଷ୍ଟ ଫୁଡ୍ ଆଇଟମ୍ । ଆଉ କେଉଁଠି ଫ୍ରିଜ୍ରୁ ବାହାରୁଛି ଦୁଇଦିନର ଫ୍ରୋଜେନ୍ ଷ୍ଟଫେଡ୍ ମୋମୋ । ବ୍ୟବହାର ହେଉଛି ଖରାପ ଛଣା ତେଲ । ଏମିତିକି ମିଳିଛି ଗୋଟିଏ ଦିନ ତଳର ବାସି ବିରିଆନୀ । ପୂଜା ମଣ୍ଡପ ଅଞ୍ଚଳରେ ପରିବାର ଧରି ବୁଲିବା ବେଳେ କିଛି ଷ୍ଟ୍ରିଟ୍ ଫୁଡ୍ ଖାଇବାକୁ ଇଚ୍ଛା କରୁଥିଲେ ସାବଧାନ ! ତେବେ ଏ ସବୁ ଦେଖିଲେ ବାହାରେ ଖାଇବା ନିଶା ଉତୁରିଯିବ ।

ଭୁବନେଶ୍ୱରରେ ପୂଜା ମଣ୍ଡପ ପାଖ ଫୁଡ୍ ଷ୍ଟଲ୍‌ରେ ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟ ଦ୍ୱାରା ପୂଜା ମଣ୍ଡପ ପାଖରେ ଖାଦ୍ୟର ଷ୍ଟଲ୍, ଆଉ ଷ୍ଟଲ୍‌ରେ ଖାଦ୍ୟର ମାନକୁ ନେଇ ସାଂଘାତିକ ଅବହେଳା । କେଉଁଠି ଖୋଲାରେ ରଖାଯାଇଛି ଖାଦ୍ୟ ପଦାର୍ଥ, ତ ଆଉ କେଉଁଠି ଦୀର୍ଘଦିନ ଧରି ଫ୍ରିଜରରେ ରହିଛି ଫ୍ରୋଜେନ୍ ଫୁଡ୍ । ଏପରିକି ଖରାପ ତେଲରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ବେଳେ ମିଳିଛି ଗୋଟିଏ ଦିନ ତଳର ବାସି ବିରିଆନୀ ।

Also Read:- ଜନ୍ମରୁ ଗୁରୁତର ଥିଲା ସ୍ୱାସ୍ଥ୍ୟାବସ୍ଥା, ଏମ୍‌କେସିଜିରେ ଦୁଇଟି ମୁଣ୍ଡ ଥିବା ଶିଶୁର ମୃତ୍ୟୁ

ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ନିକଟରେ ଥିବା ଫୁଡ୍ ଷ୍ଟଲ୍‌ରେ ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ ପରେ ନିଜେ ଅଧିକାରୀ ମଧ୍ୟ ତାଜୁବ ହୋଇଛନ୍ତି । ସେତିକି ନୁହେଁ ବିଶେଷକରି ମୋମୋକୁ ନେଇ ସାମ୍ନାକୁ ଆସିଛି ଚିନ୍ତାଜନକ ଚିତ୍ର । ଫ୍ରୋଜେନ୍ ମୋମୋ ଓ ଏହାର ଷ୍ଟଫିଙ୍ଗକୁ ଦିନକ ପୂର୍ବରୁ ଫ୍ରିଜରରେ ରଖାଯାଇଥିବା ଦେଖିବାକୁ ମିଳିଛି । ପରେ ଏହାକୁ ସିଝାଇ ଗ୍ରାହକଙ୍କୁ ପରସାଯାଉଥିବା ଜଣାପଡ଼ିଛି ।

ପୂର୍ବରୁ ମୋମୋକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏବେ ପୁଣି ଫୁଡ୍ ଷ୍ଟଲ୍‌ରେ ଏଭଳି ଅବହେଳା ଖାଦ୍ୟ ସୁରକ୍ଷାକୁ ନେଇ ବଢ଼ାଇଛି ଚିନ୍ତା । କିଛି ବ୍ୟବସାୟୀ ଗାଇଡ୍ ଲାଇନ୍ ମାନୁଥିବା ବେଳେ ଆଉ କିଛି ବ୍ୟବସାୟୀ ଅସ୍ୱାସ୍ଥ୍ୟକର ପରିବେଶରେ ଅପମିଶ୍ରିତ ଖାଦ୍ୟ ଦେଉଥିବାରୁ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ବିଏମସିର ତିନୋଟି ଟିମ୍ ଚଢ଼ାଉ କରିଥିଲେ । ବିଭିନ୍ନ ପୂଜା ମଣ୍ଡପ ଅଞ୍ଚଳରୁ ପ୍ରାୟ ୩ କ୍ବିଣ୍ଟାଲ ବାସୀ ଖାଦ୍ୟ ନଷ୍ଟ କରିଛି ଖାଦ୍ୟ ସୁରକ୍ଷା ବିଭାଗ ।

Watch Video: