ଭୁବନେଶ୍ବର ୨।୩: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ । ଇରାନ ଓ ଇସ୍ରାଏଲ ମଧ୍ୟରେ ବଢୁଛି ଉତ୍ତେଜନା । ଇସ୍ରାଏଲ ଓ ଆମେରିକା ପକ୍ଷରୁ ଇରାନ ଉପରେ ମିଳିତ ଆକ୍ରମଣ ଯୋଗୁ ସ୍ଥିତି ଅଧିକ ଅଧିକ ଖରାପ ହେବାରେ ଲାଗିଛି । ଫଳରେ ମଧ୍ୟପ୍ରାଚ୍ୟରେ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଅନେକ ଦେଶ ସେମାନଙ୍କର ଆକାଶପଥ ବନ୍ଦ କରିଦେଇଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ବୋମାରେ ଉଡ଼ାଇଦେବୁ ସମ୍ବଲପୁର କୋର୍ଟ, ଧମକ ପରେ ଆକ୍ସନ ମୋଡ୍‌ରେ ପୋଲିସ

ଏପଟେ ଭୁବନେଶ୍ବରରୁ ଦୁବାଇକୁ ମଧ୍ୟ ବିମାନ ସେବା ବାତିଲ ହୋଇଛି । ଏ ନେଇ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି । ଗତ ଶୁକ୍ରବାର ଦିନ ଦୁବାଇକୁ ଭୁବନେଶ୍ବରରୁ ଶେଷ ବିମାନ ଯାଇଥିଲା । ତେବେ ଯୁଦ୍ଧ ସ୍ଥିତି ପାଇଁ ବିମାନ ସେବା ବାତିଲ କରାଯାଇଛି । ଭୁବନେଶ୍ୱରରୁ ଦୁବାଇକୁ ସୋମବାର, ବୁଧବାର ଓ ଶୁକ୍ରବାର ସିଧାସଳଖ ବିମାନ ଯାଏ । ଆଜି ଦୁବାଇକୁ ବିମାନ ଯିବାର ସିଡ୍ୟୁଲ ଥିଲା । କିନ୍ତୁ ରବିବାର ଏହାକୁ ବାତିଲ କରିଦିଆଯାଇଛି । ଏୟାର ସ୍ପେସ୍ ନଥିବାରୁ ମଧ୍ୟପୂର୍ବ ଅଞ୍ଚଳ ପାଇଁ ବିମାନ ସେବା ବନ୍ଦ ରହିଛି । ଦୁବାଇ, ଧାବି, ମାସର୍କର ପାଇଁ ଏୟାର ସ୍ପେସ୍ ନାହିଁ । ପଶ୍ଚିମ ସୀମା ଉଡ଼ାଣ ମଧ୍ୟ ପ୍ରଭାବିତ ହୋଇଛି । 

ଏ ଖବର ବି ପଢ଼ନ୍ତୁ:- ଦୁବାଇ ଛାରଖାର, ସବୁ ଧ୍ୱଂସ : ସାଟେଲାଇଟ ଫଟୋରୁ ଆସିଲା ଭୟଙ୍କର ଚିତ୍ର

ବିମାନ ଚଳାଚଳକୁ ନେଇ ସିଭିଲ ଏଭିଏସନ ମନ୍ତ୍ରଣାଳୟ ନିଷ୍ପତି ନେଇଛି । ଦୁବାଇକୁ ବିମାନ ସେବା ବାତିଲ କରାଯାଇଛି । ଯାତ୍ରୀଙ୍କୁ ପୂର୍ବରୁ ସୂଚନା ଦିଆଯାଇଛି । ଆଜି କୌଣସି ଯାତ୍ରୀ ଆସିବେ ନାହିଁ ।​​​​​​​