ଭୁବନେଶ୍ବର ୨୪।୯: ଦକ୍ଷିଣ ଓଡ଼ିଶାରେ ଜାରି ରହିଛି ଗଭୀର ଅବପାତର ପ୍ରକୋପ । ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । କେଉଁଠି ବ୍ରିଜ ଉପରେ ପାଣି ଚାଲିଛି ତ ଆଉ କେଉଁଠି ପାହାଡ଼ରୁ ଖସୁଛି ବଡ଼ ବଡ଼ ପଥର ଖଣ୍ଡ । ଲଗାଣ ବର୍ଷାରେ କନ୍ଧମାଳ କଳିଙ୍ଗା ଘାଟିରେ ଅନ୍ଧାରୀକୋଟରେ ଭୂସ୍ଖଳନରେ ନବନିର୍ମିତ ଚଉଡ଼ା ରାସ୍ତା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଏଥି ସହ ବନ ଦୁର୍ଗା ମନ୍ଦିର ସମ୍ମୁଖରେ ଚାଲିଥିବା ନବ ନିର୍ମିତ ଗାର୍ଡ଼ ଓ୍ବାଲ୍ ଭାଙ୍ଗିଯାଇଛି । ଫଳରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଳିଙ୍ଗା ଘାଟିରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

କୋରାପୁଟ ଜିଲ୍ଲା କୋଲାବ ଶାଖାନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି ଜଣେ ଶିକ୍ଷକ । ମାଲକାନଗିରି ଜିଲ୍ଲା ବାୟାପଡ଼ା ଘାଟିରେ ଭୂସ୍ଖଳନ ଯୋଗୁଁ କୁଡ଼ୁମୁଲ୍ଲୁଗୁମ୍ମା ଓ ବାୟାପଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Also Read:- ପ୍ରଶାସନର ବାରଣ ସତ୍ତ୍ୱେ ସମୁଦ୍ରକୁ ଓହ୍ଲାଇଲେ ନାବାଳିକା, ଗାଧୋଉଥିବା ବେଳେ ଭାସିଗଲେ

ତେବେ ୫ ଜିଲ୍ଲାରେ ଏଭଳି ବର୍ଷା ପରିସ୍ଥିତି ମୁକାବିଲା ପାଇଁ ୫ ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ୫ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାର ଦାୟିତ୍ବ ଦେଇଛନ୍ତି । ଅତିରିକ୍ତ SRC ସୁଭାଷ ଚନ୍ଦ୍ର ନାଥଶର୍ମାଙ୍କୁ ମାଲକାନଗିରି ଦାୟିତ୍ବ ଦିଆଯାଇଛି । ଦିଗନ୍ତ ରାଉତରାୟଙ୍କୁ କୋରାପୁଟ ଜିଲ୍ଲା ଦାୟିତ୍ବ ମିଳିଛି । ଅମିୟ ସାହୁଙ୍କୁ ନବରଙ୍ଗପୁର ଜିଲ୍ଲା ଦାୟିତ୍ବ ଦିଆଯାଇଛି । ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କୁ ଗଜପତି ଜିଲ୍ଲା ଦାୟିତ୍ବ ପ୍ରଦନ କରାଯାଇଥିବା ବେଳେ ପ୍ରଦୀପ କୁମାର ସାହୁଙ୍କୁ କଳାହାଣ୍ଡି ଜିଲ୍ଲା ଦାୟିତ୍ବ ଦିଆଯାଛି । ଦାୟିତ୍ବ ଦିଆଯାଇଥିବା ଅଧିକାରୀ ମାନେ ଏହି ସମୟରେ ସଂପୃକ୍ତ ଜିଲ୍ଲାରେ ରହି ତଦାରଖ କରିବେ ।

Watch Video: