ଭୋଗରାଇ ୨୪।୯: ସମୁଦ୍ରରେ ପ୍ରଖର ଜୁଆରରେ ଗାଧୋଉଥିବା ବେଳେ ଭାସିଗଲେ ୧୪ ବର୍ଷୀୟା ନାବାଳିକା । ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରି ସମୁଦ୍ରକୁ ଓହ୍ଲାଇଥିଲେ ନାବାଳିକା । ସ୍ଥାନୀୟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସ୍ପିଡ୍ ବୋଟ୍ ଯୋଗେ ଚାଲିଛି ରେସ୍‌କ୍ୟୁ ଅପରେସନ । ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ଘାଟରେ ଘଟିଛି ଘଟଣା ।

ଗଭୀର ଅବପାତ ପାଇଁ ଉଦୟପୁର ତାଳସାରି ସହିତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘା ସମୁଦ୍ରକୁ ପର୍ଯ୍ୟଟକ ମାନଙ୍କୁ ନଓହ୍ଲାଇବା ପାଇଁ ଉଭୟ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହା ସହିତ ଡାକବାଜି ଯନ୍ତ୍ର ଦ୍ୱାରା ବାରମ୍ବାର ସଚେତନତା କରାଯାଉଥିଲା । ଏସବୁ ସତ୍ତ୍ବେ ଗୁରୁବାର ପଶ୍ଚମବଙ୍ଗ ଦୀଘା ଜଗନ୍ନାଥ ଘାଟରେ ପର୍ଯ୍ୟଟକ ମାନେ ସୁରକ୍ଷା ପାଚେରୀ ଉପରେ ଛିଡା ହୋଇ ସମୁଦ୍ରର ଉଚ୍ଚ ଲହରୀକୁ ଉପଭୋଗ କରୁଥିବା ବେଳେ ଜଣେ ନାବାଳିକା ସମୁଦ୍ରକୁ ଗାଧୋଇବା ପାଇଁ ଓହ୍ଲାଇ ଯାଇଥିଲେ । ଏହି ସମୟରେ ସେ ଉଚ୍ଚ ଜୁଆରରେ ଭାସି ଯାଇଥିଲେ ।

Also Read:- ତୃତୀୟ ଦିନରେ ବି ବିଧାନସଭାରେ ହଙ୍ଗାମା, MMDR ପ୍ରସଙ୍ଗରେ ଚାଲିପାରିଲାନି ଗୃହ

ପରିବାର ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ପୋଲିସ ମାନେ ସଙ୍ଗେ ସଙ୍ଗେ ପ୍ରବଳ ବର୍ଷା ସତ୍ତ୍ବେ ମଧ୍ୟ ସ୍ୱତନ୍ତ୍ର ସ୍ପିଡ୍ ବୋଟ୍ ଯୋଗେ ପ୍ରାୟ ୧୦ରୁ ଅଧିକ ମେରାଇନ କର୍ମଚାରୀ ମାନେ ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ନାବାଳିକାଙ୍କର କୌଣସି ପତ୍ତା ମିଳିପାରି ନଥିବା ଦେଖିବାକୁ ମିଳିଛି ।