ଭୋଗରାଇ ୧୫।୬: ଦୁଇ ମାସ ପରେ କଟକଣା ହଟିଲା । ମତ୍ସ୍ୟଜୀବୀଙ୍କ ମୁହଁରେ ହସ ଫୁଟିଲା । ସମୁଦ୍ରରୁ ମାଛ ଧରି ଫେରିଲେ ମତ୍ସ୍ୟଜୀବୀ । ପ୍ରଥମ ଦିନରେ ୪ ମତ୍ସ୍ୟ ଅବତରଣ କେନ୍ଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ୫୦ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ମାଛ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଉଦୟପୁର, ତାଳସାରି, ରଣସିଂହପୁର, କୀର୍ତିନିଆ ଆଦି ମତ୍ସ୍ୟ ଅବତରଣ କେନ୍ଦ୍ରରେ ଲୁଣି ମାଛ ବିକ୍ରି ହୋଇରହିବା ଦେଖିବାକୁ ମିଳିଛି ।

ଦୁଇ ମାସ ସମୁଦ୍ର କଟକଣା ପାଇଁ ସମୁଦ୍ରରୁ ମାଛ ଧରା ଉପରେ କଟକଣା ଲାଗିରହିଥିବା ବେଳେ ଖାଉଟିଙ୍କ ଠାରୁ ଆରମ୍ଭ କରି ମତ୍ସ୍ୟଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ସମସ୍ୟାରେ ଗତି କରୁଥିଲେ । ମାତ୍ର ଆଜି ସମୁଦ୍ର କଟକଣା ଖୋଲିବା ପରେ ୪ଟି ମତ୍ସ୍ୟ ଅବତରଣ କେନ୍ଦ୍ରରୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଡଙ୍ଗା ସମୁଦ୍ରକୁ ମାଛ ମାରିବାକୁ ଯାଇ ପ୍ରଥମ ଦିନରେ ସୁରକ୍ଷା ସହିତ କୂଳକୁ ଫେରିଛନ୍ତି ।

Also Read:- ଦୋଳି ଖେଳୁଥିଲେ ଛୋଟ ପିଲା, ଚାହୁଁ ଚାହୁଁ ମାଡ଼ିଗଲା ବୋଲେରୋ

ପାଗ ମେଘାଚ୍ଛନ୍ନ ଥିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ମାଛ ଠିକ୍ ଭାବରେ ପଡୁନାହିଁ ଏବଂ ରଜ ଆରମ୍ଭରୁ ସମୁଦ୍ର ତାର କରାଳ ରୂପ ଆରମ୍ଭ କରେ । ତାହାରି ଭିତରେ ବର୍ଷାର ପାଗ ଅଧିକ ହେଲେ ସମୁଦ୍ରରେ ବିଭିନ୍ନ ମାଛର ଆଗମନ ହେବା ସହିତ ମତ୍ସ୍ୟଜୀବୀଙ୍କ ଜାଲରେ ମାଛ ଅଧିକ ପଡିବ ବୋଲି ମତ୍ସ୍ୟଜୀବୀ ମାନେ କହିଛନ୍ତି । ସେହିପରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘା ମୁହାଣରେ ମଧ୍ୟ ହଜାର ହଜାର ମାଛ ଧରା ଟ୍ରଲର ସମୁଦ୍ରକୁ ବାହାରିଥିବା ସୂଚନା ।