ଭୁବନେଶ୍ୱର ୨୪।୦୨ : ସୁପର ମାର୍କେଟରେ ଲାଗିଛି ନିଆଁ । ଭୁବନେଶ୍ବର ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପର ମାର୍ଟରେ ଅଗ୍ନିକାଣ୍ଡ । ସୁପର ମାର୍କେଟରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ ।

ଏ ଖବର ବି ପଢନ୍ତୁ:- ପଳାସପଲ୍ଲୀ ଓଭରବ୍ରିଜ ନିକଟରେ ଭୟଙ୍କର ଦୁର୍ଘଟଣା, ଜଣକୁ ପିଟିଲା ‘ଆମ ବସ୍’

ଖବର ଅନୁଯାୟୀ, ସୋମବାର ରାତି ସାଢେ ୧୦ଟାରୁ ଏଯାଏ ହୁତୁହୁତୁ ହୋଇ ଜଳୁଛି ସୁପରମାର୍ଟ। ନିଆଁ ଲିଭାଇବା କାମରେ ଲାଗିଛନ୍ତି ୮ ଦମକଳ। ସୋମବାରଠୁ ନିୟୋଜିତ ଥିବା ଅଗ୍ନିଶମ ବାହିନୀ ସହ ଆଜି ସକାଳେ ଆଉ ଅଧିକ ଅଗ୍ନିଶମ ଗାଡି ସହଯୋଗ କରୁଛି । ୨ ଶହ ଫୁଟ ଉଚ୍ଚତାକୁ ଯାଇ ନିଆଁ ଲିଭାଇବାର କ୍ଷମତା ରଖୁଥିବା ହାଇଡ୍ରୋଲିକ୍ ପ୍ଲାଟଫର୍ମ ଲାଗିଛି। ଷ୍ଟ୍ରାଇକିଂ ଫାୟାର ଫୋର୍ସ ନିଆଁ ଲିଭାଇବା ପାଇଁ ନୂଆ କୌଶଳ ଆପଣାଇଛି। ବିଲ୍ଡିଙ୍ଗ କାନ୍ଥରେ ଏବେ ବଡ଼ ଫାଟ ସୃଷ୍ଟି ହୋଇଛି। ତେଣୁ କିଛି ଅଂଶ ଭାଙ୍ଗିବା ପାଇଁ ପ୍ରୟାସ କରୁଛି ଅଗ୍ନିଶମ ଟିମ୍। କାନ୍ଥ ନଭାଙ୍ଗିଲେ ଵିଲ୍ଡିଂକୁ ଅଧିକ କ୍ଷତି ପହଞ୍ଚିବା ଆଶଙ୍କା ରହିଛି।

ଏ ଖବର ବି ପଢନ୍ତୁ:- ସୋଆରେ ଆୟୋଜିତ ହେବ ବିକଶିତ ଭାରତ ୟୁଥ ପାର୍ଲିଆମେଣ୍ଟ- ୨୦୨୬ କାର୍ଯ୍ୟକ୍ରମ, ୫୦ ବର୍ଷର ଗଣତନ୍ତ୍ର ଉପରେ ଆଧାରିତ ବିଷୟବସ୍ତୁ ଉପରେ କରାଯିବ ଆଲୋଚନା​​​​​​​

ତେବେ ବଡ କଥା ହେଉଛି ବିଲ୍ଦିଂରେ ଗୋଟିଏ ବି ଝରକା ନାହିଁ। ପ୍ରବଳ ଉଦ୍ୟମ ସତ୍ତ୍ୱେ ଏ ପର୍ଯ୍ୟନ୍ତ ଚତୁର୍ଥ ମହଲାରେ ନିଆଁ ଲାଗିଛି । ମାର୍ଟ ଭିତରୁ ବାହାରକୁ ନିଆଁ ଏବଂ ଧୂଆଁ ବାହାରୁଛି । ଭୟଙ୍କର ନିଆଁ ଲାଗିଥିବାରୁ ଆଖପାଖରେ ଥିବା ଦୋକାନ ଏବଂ ଘରକୁ ମଧ୍ୟ ବିପଦ ରହିଛି । ପୁରା ଅଞ୍ଚଳରେ କାଲି ରାତିରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଛି।

ଏ ଖବର ବି ପଢନ୍ତୁ:- ବିଶ୍ଵକପରେ ଓ୍ଵେଷ୍ଟଇଣ୍ଡିଜର ମହାବିଜୟ, ସୁପର-୮ରେ ଜିମ୍ବାଓ୍ଵେକୁ ୧୦୭ ରନରେ ଦେଲା ମାତ୍