ଭୁବନେଶ୍ଵର: ଏଥର ପାର୍ବଣ ଋତୁରେ ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼ । ଏହି ପୂଜା ସମୟରେ ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଖାଦ୍ୟ ସାମଗ୍ରୀର ଚଢ଼ା ଦର ସାଧାରଣ ଖାଉଟିଙ୍କ ଅତିଷ୍ଠ କରି ଦେଲାଣି । ଏକା ଥରକେ ଚିନି, ହରଡ଼ ଡାଲି, ବୁଟ ଡାଲି ଏବଂ ଚାଉଳ ଦର ବୃଦ୍ଧି ପାଇବା ପରେ ଏବେ ହାଣ୍ଡିଶାଳର ବଜେଟ୍ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ।

ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ହାଣ୍ଡିଶାଳ ଦଶହରା ଆଗରୁ ଆକାଶଛୁଆଁ ଚିନି, ଡାଲି ଦର। ନବରାତ୍ର ବା ଦଶହରା ଆରମ୍ଭ ହେବା ମାତ୍ରେ ବଜାର ଦର ଏମିତି ଦାଉ ସାଧିଛି ଯେ ସାଧାରଣ ଲୋକଙ୍କ ମୁହଁରୁ ହସ ଛଡ଼ାଇ ଦେଇଛି । କୁଇଣ୍ଟାଲ ପିଛା ଚିନି ଦରରେ ୫୦ କି ୧୦୦ ନୁହେଁ, ଏକାଥରକେ ୩୦୦ରୁ ୫୦୦ ଟଙ୍କା ବୃଦ୍ଧି ଘଟିଛି । ପୂର୍ବରୁ କୁଇଣ୍ଟାଲ ପ୍ରତି ୫,୦୦୦ ଟଙ୍କା ଥିବା ଚିନି ଏବେ ଛୋଟଦାନା ଓ ବଡ଼ଦାନା ପ୍ରକାରଭେଦରେ ୫,୩୦୦ ରୁ ୫,୫୦୦ ଟଙ୍କାରେ ପହଞ୍ଚିଛି।

Also Read: କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର: ୭୦% ପର୍ଯ୍ୟନ୍ତ ଶସ୍ତା ହେବ ମହଙ୍ଗା ଔଷଧ!

ଡାଲି ଦର ବି ନିଆଁ ଲଗାଇଲାଣି

ବଜାରରେ ଏହା କିଲୋ ପ୍ରତି ୬୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଲାଣି । ଖାଲି ଚିନି ନୁହେଁ, ଡାଲି ଦର ବି ନିଆଁ ଲଗାଇଲାଣି। ହରଡ଼ ଡାଲି କୁଇଣ୍ଟାଲ ପିଛା ୫୦୦ରୁ ୭୦୦ ଟଙ୍କା ବଢ଼ି ପୂର୍ବରୁ ୧୩,୫୦୦ ଟଙ୍କା ଥିବା ବେଳେ ଏବେ ୧୪,୦୦୦ ଟପିଛି। ଖୁଚୁରା ଦୋକାନରେ କେଜି ପିଛା ୧୪୦ ଯାହା ପୂର୍ବରୁ ୧୧୦ ଥିଲା । ସେହିଭଳି ବୁଟ ଡାଲି ଦର ମଧ୍ୟ କୁଇଣ୍ଟାଲ ପିଛା ୬୦୦ରୁ ୭୦୦ ଟଙ୍କା ବୃଦ୍ଧି ପାଇଛି । ଯାହାର କେଜି ପିଛା ମାର୍କେଟ ଦାମ୍ ପୂର୍ବରୁ ୮୦ ଥିବା ବେଳେ ବର୍ତ୍ତମାନ ୯୦ ରେ ପହଞ୍ଚିଛି । ଯାହାକୁ ନେଇ ଏବେ ଗ୍ରାହକଙ୍କ ମନରେ ନାହିଁ ନଥିବା ଅସନ୍ତୋଷ ।

ଏମିତି ଅଚାନକ ଦର ବୃଦ୍ଧି ହେବାରୁ ନେଇ ଗ୍ରାହକଙ୍କ ମନରେ ମଧ୍ୟ ବହୁତ ଅସନ୍ତୋଷ । ତାଙ୍କୁ ବୁଝେଇବା ମଧ୍ୟ ବେଳେ ମଧ୍ୟ ବ୍ୟବସାୟୀଙ୍କ ପାଇଁ କାଠିକର ପାଠ ହେଇଯାଇଛି । ବ୍ୟବସାୟୀଙ୍କ କହିବା କଥା ଅନୁସାରେ, ରାଜ୍ୟରେ ଚିନି ଓ ଡାଲି ଉତ୍ପାଦନ ପ୍ରାୟ ଶୂନ । ରାଜ୍ୟରେ ବାର୍ଷିକ ୯ ଲକ୍ଷ ଟନ୍ ଚିନି ଦରକାର ପଡ଼ୁଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ୯୮ ପ୍ରତିଶତ ଚିନି ଆସୁଛି। ଗଲା ୬ ମାସ ହେବ ଚିନି ଦର ଖାଉଟିଙ୍କ ସହ ଲୁଚକାଳି ଖେଳୁଛି । ସେହିପରି ବାର୍ଷିକ ୯ ଲକ୍ଷ ୩୦ ହଜାର ଟନ୍ ଡାଲି ଆବଶ୍ୟକତା ପୂରଣ ପାଇଁ ଛତିଶଗଡ଼, ମହାରାଷ୍ଟ୍ର ଓ ନାଗପୁରରୁ ୮ ଲକ୍ଷ ଟନ୍ ହରଡ଼ ଡାଲି ଆସୁଛି ।

Also Read: ପାର୍ବଣରେ ମାଳ ମାଳ ରିହାତି ଅଫର l ଜାଣନ୍ତୁ କେଉଁଠୁ କିଣିବେ ଜିନିଷ ଅନଲାଇନ ନାଁ ଅଫ ଲାଇନ ?

ବାକି ରାଜ୍ୟରେ ଚାଷ ହେଉଥିବା ମୁଗ, ବିରି ଓ କୋଳଥ ଲୋକଙ୍କ ଚାହିଦା ମେଣ୍ଟାଉଛି । ଯେଉଁଥିପାଇଁ ରାଜ୍ୟରେ ଏମିତି ଅହେତୁକ ଦର ବୃଦ୍ଧି ଘଟୁଛି । ଆଉ ଯାହାକୁ ନେଇ ହନ୍ତସନ୍ତ ଗ୍ରାହକ ଓ ବ୍ୟବସାୟୀ । ପର୍ବପର୍ବାଣି ସମୟରେ ଏଭଳି ଅହେତୁକ ଦରବୃଦ୍ଧି ଯୋଗୁଁ ସାଧାରଣ ରାଜ୍ୟବାସୀ କଷଣରେ ପେଷି ହୋଇଯାଇଥିବା ବେଳେ, ଏଥିପ୍ରତି ଦୃଷ୍ଟି ଦେବାକୁ ଲୋକେ ଅନୁରୋଧ କରିଛନ୍ତି ।