ପାଲଲହରା ୧୩।୦୫ : ବାପା ସାଜିଲା ସୈତାନ। ପୁଅକୁ ମାରି ପୋତିଦେଲା ବାପା । ମୃତ୍ୟୁର ୬ ଦିନ ପରେ ଜଙ୍ଗଲରୁ ମୃତଦେହ ଠାବ ହେଲା । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ସାଇଡ ଥାନା ଆର୍କିଳ ଗାଁରେ ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ପାରିବାରିକ କଳହକୁ କେନ୍ଦ୍ର କରି ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା । ଯେଉଁଥିରେ ରାଗିଯାଇ ପୁଅକୁ ମାରିଦେଇଥିଲା ବାପା । ପରେ ମୃତଦେହକୁ ଲୁଚାଇବାକୁ ଜଙ୍ଗଲରକୁ ନେଇଯାଇଥିଲେ । ସେଠାରେ ପୁଅର ମୃତଦେହକୁ ପୋତିଦେଇଥିଲେ । ପରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଜଙ୍ଗଲରୁ ମୃତଦେହ ମିଳିଥିଲା । ୬ ଦିନ ପରେ ପୁଅର ମୃତଦେହ ମିଳିଥିଲା । ମୁତକ ହେଲେ ମୁରଲୀ ଧର ବେହେରାଙ୍କ ପୁଅ କୁଜା ବେହେରା। ଏହି ଘଟଣାରେ ପୋଲିସ ମୃତକଙ୍କ ବାପା, ମାଆ ଏବଂ ମୃତକଙ୍କ ପ୍ରଥମ ପତ୍ନୀକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।

Also Read:-Nayagarh : ଓଡ଼ଗାଁରେ ଯୁବକଙ୍କୁ ବିଚ୍ ରାସ୍ତାରେ ମର୍ଡର ଘଟଣା, କ୍ରାଇମ୍ ସ୍ପଟରେ ପୋଲିସର ସିନ୍ ରିକ୍ରିଏସନ୍