ନୟାଗଡ଼ ୧୩।୦୫ : ଓଡଗାଁରେ ଯୁବକଙ୍କୁ ହତ୍ୟା ଘଟଣାରେ କ୍ରାଇମ୍ ସ୍ପଟରେ ସିନ୍ ରିକ୍ରିଏସନ କଲା ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ କରିଛି ପୋଲିସ । ହତ୍ୟାକାଣ୍ଡର ୨ ମୁଖ୍ୟ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ମହନ୍ତ ନାୟକଙ୍କୁ ଘଟଣାସ୍ଥଳକୁ ଆଣି ସିନ୍ ରିକ୍ରିଏସନ କରାଯାଇଥିଲା । ପୂର୍ଣ୍ଣଚନ୍ଦ୍ର ମୃତ ଅଜିତଙ୍କ ବେକକୁ ଧରି ତଳେ ପକାଇଦେବା ପରେ ମହନ୍ତ କିଭଳି ହାଣିଥିଲା ତାର ଡେମୋ ଦେଖାଇଥିଲା ପୋଲିସ ।

ଖବର ଅନୁଯାୟୀ, ମାଙ୍କଡା ପଥର ଚୋରାଚାଲାଣକୁ ବିରୋଧ କରିବାରୁ ଗତ ରବିବାର ବିଳମ୍ବିତ ରାତିରେ ଅଜିତ ସାହୁଙ୍କୁ ୬ଜଣ ଦୁର୍ବୃତ୍ତ ଏକ କାରରେ ଆସି ଅତି ନିର୍ମମ ଭାବେ ଖଣ୍ଡାରେ ହାଣି ହତ୍ଯା କରିଥିଲେ । ଘଟଣା ଘଟିବାର ୨୪ଘଣ୍ଟା ମଧ୍ଯରେ ପୋଲିସ ୪ଜଣଙ୍କୁ ଗିରଫ କରିଛି । ଏଥି ସହ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡାକୁ ମଧ୍ୟ ପୋଲିସ ଜବତ କରିଛି । ଆଜି ୪ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଶରଣକୂଳ ଏସଡିପିଓ କହିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ କରୁଛି ପୋଲିସ।

Also Read:-Jajpur News : ପ୍ରେମରେ ଲାଗିଗଲା କି କାହା ନଜର, ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ