ନୀଳଗିରି: ସାରା ଦେଶରେ ଘରେ ଘରେ ତ୍ରିରଙ୍ଗା ଉତ୍ସବ ପାଳନ ହେଉଛି। ଅନୁରୂପ ଭାବେ ବାଲେଶ୍ଵର ଜିଲ୍ଲା ନୀଳଗିରିରେ ମଧ୍ୟ ଘରେ ଘରେ ତ୍ରିରଙ୍ଗା ଶୋଭାଯାତ୍ରା ଖୁବ୍ ଉତ୍ସାହର ସହ ପାଳନ ହେଉଛି। ହେଲେ ଏସବୁ ଭିତରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳ ଚଣ୍ଡୀପୁର ଅଞ୍ଚଳରେ ।

ଆଦିବାସୀ ବହୁଳ ଏହି ଅଞ୍ଚଳରେ ଚାଷୀମାନେ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ୫୦ ମିଟର ଲମ୍ବର ତ୍ରିରଙ୍ଗା ଧରି ଚାଷୀମାନେ କ୍ଷେତରେ ଧାନ ତଳି ରୋଇବା ସହ ଜୟ ଯବାନ ଜୟ କିଷାନ ନାରା ଦେଇଛନ୍ତି।

Also Read: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି, ପରେଡରେ ଭାଗ ନେବେ ୫୧ଟି କଣ୍ଟିଜେଣ୍ଟ​​​​​​​

ଶ୍ରମିକମାନେ ଏହି ଉତ୍ସବ ଘରେ ପାଳନ କରି ପାରୁନଥିବା ବେଳେ କୃଷକ ମୋର୍ଚ୍ଚାର ଜଣେ ଯୁବ ନେତୃତ୍ୱ ଧାନ କ୍ଷେତକୁ ଯାଇ ଏଭଳି ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି। ଯାହା ଚାଷୀଙ୍କ ମୁହଁରେ ଖେଳାଇଛି ଖୁସିର ଲହରୀ।