ଅତାବିରା।ପଦ୍ମପୁର ୧୮।୩: ବରଗଡ଼ ଜିଲ୍ଲାରେ ସରୁନି ଚାଷୀଙ୍କ ଦୁଃଖ । କେତେବେଳେ ବିଦ୍ୟୁତ ବିଲ୍ ପାଇଁ ଧାନ ଦେଉଥିବା ବେଳେ କେତେବେଳେ ନିଜ ପୁଅ-ଝିଅଙ୍କ ପାଠପଢା ପାଇଁ ଧାନର ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନିଜ ନାତୁଣୀର ବାହାଘର ପାଇଁ ଟଙ୍କା ଅଭାବ ହେବା ଯୋଗୁଁ ୧୫ ବସ୍ତା ଧାନ ସାହୁକାରଙ୍କ ପାଖରେ ବନ୍ଧକ ରଖିଛନ୍ତି ଚାଷୀ ।

ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ୨୩୦ଟି ମଣ୍ଡିରୁ ୨୦୦ରୁ ଅଧିକ ମଣ୍ଡି ବନ୍ଦ ହୋଇ ସାରିଛି । ମଣ୍ଡି ବନ୍ଦ ହୋଇଥିବା ଅଞ୍ଚଳର ୬୦୦ରୁ ଉର୍ଦ୍ଧ୍ବ ଚାଷୀ ଏବେ ମଧ୍ୟ ଟୋକନ ପାଇ ନଥିବା ବେଳେ ଅନ୍ୟ ପନ୍ଥା ଆପଣାଇବା ଆରମ୍ଭ କରିଦେଇଛନ୍ତି । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ରାଇସଲ ପଦର ପଞ୍ଚାୟତର ନାଥପାଲି ଗ୍ରାମର ଚାଷୀ ପ୍ରସନ୍ନ କୁମ୍ଭାର । ନିଜ କଷ୍ଟ ଉପାର୍ଜିତ ଧାନକୁ ମଣ୍ଡିରେ ବିକ୍ରି କରି ନପାରି ସାହୁକାରଙ୍କ ହାତକୁ ଟେକି ଦେଇଛନ୍ତି ।

Also Read:-ମହିଳାଙ୍କ ଜିଦ୍ ଆଗରେ ହାର ମାନିଲା ପ୍ରଶାସନ : ମିଳିଲା ପ୍ରତିଶ୍ରୁତି, ୩୦ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ

ଚାଷୀ ପ୍ରସନ୍ନ ଚଳିତ ଖରିଫ ଋତୁରେ ୩.୫ ଏକର ଧାନ ଚାଷ କରିଥିଲେ ଫସଲ । ଉପାର୍ଜନ ସମୟରେ ଦାଉ ସାଜିଲା ଟାଟା ପାୱାର । ଚାଷ ଜମିର କରିଥିଲା ବିଦ୍ୟୁତ୍ ବିଛିନ୍ନ । ଏହାପରେ ମଧ୍ୟ ସେ ଭାଙ୍ଗି ନଥିଲେ ଅନ୍ୟ ଚାଷୀଙ୍କ ସହାୟତା ଲୋଡ଼ି ଚାଷ ଜମିରେ ପାଣି ଯୋଗାଇଥିଲେ । ଯେତିକି ଫସଲ ଅମଳ ହେବା କଥା ତା ଠାରୁ ବହୁ କମ୍ ପରିମାଣରେ ଫସଲ ଆମଦାନୀ ହେଲା । କିନ୍ତୁ ଭାଗ୍ୟର ବିଡମ୍ବନା ଯେ ଧାନ ବିକ୍ରି କରିବା ପାଇଁ ଟୋକେନ ମଧ୍ୟ ଆସିଲା ନାହିଁ ଅନ୍ୟପଟେ ପୂର୍ବରୁ ନିର୍ଦ୍ଧାରିତ ନାତୁଣୀର ବାହାଘର ସମୟ ଆସିଗଲା ଉପହାର ଦେବା ପାଇଁ ମଧ୍ୟ ଟଙ୍କାଟିଏ ନ ଥିଲା । ବାଧ୍ୟ ହୋଇ କଷ୍ଟ ଉପାର୍ଜିତ ୧୫ ବସ୍ତା ଧାନକୁ ବନ୍ଧକ ରଖିଛନ୍ତି ଚାଷୀ ପ୍ରସନ୍ନ ।

ଆସନ୍ତା ମାର୍ଚ୍ଚ ୩୧ରୁ ବନ୍ଦ ହେଇଯିବ ଧାନ ମଣ୍ଡି ହାତରେ ଆଉ ମାତ୍ର କିଛିଦିନ ଥିବାବେଳେ ଅନ୍ୟପଟେ ରବି ଧାନ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ମଧ୍ୟ ଜିଲ୍ଲାର ୨ ହଜାରରୁ ଅଧିକ ଚାଷୀ ଟୋକେନ ନ ଆସିବାରୁ ଧାନ ବିକ୍ରିରୁ ବଞ୍ଚିତ ରହିଛନ୍ତି ଚାଷୀ ମାନେ ଭିନ୍ନ ଜାଗାରେ ଆନ୍ଦୋଳନ କରୁଛନ୍ତି । କିନ୍ତୁ ସରକାର ନୀରବ ଦ୍ରଷ୍ଟା ସାଜି ବସିରହିଛନ୍ତି । ଚାଷୀ ନେତା ମାନଙ୍କ କହିବା ଅନୁଯାୟୀ ପଞ୍ଜିକରଣ ପାଇଁ ସମସ୍ତ କାଗଜ ପତ୍ର ଦେଲା ପରେ ମଧ୍ୟ ସରକାର ଚାଷୀଙ୍କ ଧାନ ବିକ୍ରି ପାଇଁ ଟୋକେନ ପ୍ରଦାନ କରୁନାହାନ୍ତି । ଯାହା ଫଳରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଆଉ କିଛି ଦିନ ପରେ ପିଲାଙ୍କ ପାଠପଢା ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯିବ ଚାଷୀ ଧାନ ବିକ୍ରି ନ କରି ପାରିଲେ କିପରି ନିଜ ଛୁଆ ପିଲାଙ୍କୁ ପାଠ ପଢ଼ାଇବେ କିପରି ଘର ଖର୍ଚ୍ଚ ବହନ କରିବେ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।