କୋରାପୁଟ: ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା। ସମାଜକୁ ଦେଲେ ୯୦ ହଜାର । ପ୍ରଥା ଅନୁସାରେ ଲଣ୍ଡା ହେଲେ। ଆଉ ବର ଚୁଟି କାଟିଲେ କନ୍ୟା। ଏପରି ଏକ ଜାତିପ୍ରଥାକୁ ନେଇ କୋରାପୁଟ ମାଛରା ଜଙ୍ଗଲରେ ଦେଖିବା ପାଇଁ ମିଳିଥିଲା ଭୋଜି ଭାତର ଆସର । ପାହାଡ଼ ତଳେ ଲାଗିଥିଲା ଟେଣ୍ଟ ଓ ବୈଠକରେ ଗଣା ଯାଉଥିଲା ବଣ୍ଡଲ ବଣ୍ଡଲ ଟଙ୍କା ।

ଘଟଣାଟା କୂଳ ସମାଜ ପ୍ରତି ଯେତିକି ଚିନ୍ତା ଜନକ ନୁହେଁ ସାମ୍ପ୍ରତିକ ପରିସ୍ଥିତିରେ କୂଳ ବା ଜାତିପ୍ରଥାକୁ ନେଇ ଏପରି ଏକ ଘଟଣାରେ ଦୁଇ ସମାଜର ଅନେକ ଯୁବଗୋଷ୍ଠୀ ଚିନ୍ତା ପ୍ରକଟ କରିଛନ୍ତି। ଜୟପୁର ସହର କୁମ୍ଭାର ସାହିର ମହେଶ୍ବର ଖିଲ ସେଇ ସାହିର ରଣା ଜାତିର ଝିଅ ଉର୍ମିଳାଙ୍କୁ ଦୀର୍ଘ ଦିନ ଧରି ପ୍ରେମ କରି ଆସୁଥିଲେ। ମହେଶ୍ୱର ମାଳି ସମ୍ପ୍ରଦାୟ ହୋଇଥିବା ବେଳେ ଉର୍ମିଳା ରଣା ସମାଜର। ଏମାନଙ୍କ ବିବାହକୁ ଅନୁମତି ପ୍ରଦାନ କରୁ ନଥିଲେ ଉଭୟ କୂଳ। ବାଧ୍ୟ ହୋଇ କିଛି ଦିନ ଉର୍ମିଳାଙ୍କୁ ପ୍ରେମ ବିବାହ କରିଥିଲେ ମହେଶ୍ବର ।

Also Read: ଏକତରଫା ପ୍ରେମ, ନାବାଳିକାକୁ ମାରି ଫିଙ୍ଗି ଦେଲା ଟ୍ୟୁସନ ମାଷ୍ଟର

ତେବେ ଉଭୟ ପୁଅ ଝିଅ ପ୍ରେମ ବିବାହ କରିଥିବାରୁ ନିଆଁ ପାଣିରୁ ବାସନ୍ଦ ହୋଇଥିବା କହି ସମାଧାନ ପାଇଁ ଆଗକୁ ଆସିଲେ କୁଳ ନାୟକ। ବୈଠକ କରି ନିଷ୍ପତି ନିଆଗଲା ପୂର୍ବ ନୀତି ଅନୁଯାୟୀ ଖଗେଶ୍ୱର ଲଣ୍ଡା ହେବ ଏବଂ କୂଳ ସମାଜକୁ ମଟନ୍ ଭାତ ଭୋଜି ଦେବା ସହ ୯୦ ହଜାର ଟଙ୍କା ତଣ୍ଡ ଗଣିବ। ଆଉ ତାହା ହିଁ ହେଲା। କୋରାପୁଟ ମାଛରା ନିକଟସ୍ଥ ପାହାଡ଼ ତଳେ ଟେଣ୍ଟରେ ଭୋଜିଭାତ କରି ଖଗେଶ୍ୱରକୁ ଲଣ୍ଡା କରି ରଣା ଜାତିର ଉର୍ମିଳାକୁ ମାଳି ଜାତିରେ ଗ୍ରହଣ କରାଗଲା।

ଅବଶ୍ୟ ଘଟଣା ମାଳି ସମାଜ କୂଳପତି ନାୟକ କହିଛନ୍ତି ଘଟଣା ନୂଆ ନୁହେଁ ପୂର୍ବ ପୁରୁଷରୁ ଅନ୍ୟ ଜାତି ଝିଅକୁ ବାହା ହେଲେ ଏ ପରି ନିୟମ ରହିଛି ଆଗକୁ ବି ରହିବ। ଯୁବ ପିଢ଼ି କିନ୍ତୁ ସମାଜ ପ୍ରତି ଭୟ ରଖି ମୁହଁ ଖୋଲୁ ନଥିବା ବେଳେ ଘୋର ବିରୋଧ କରିଛନ୍ତି।