କରଞ୍ଜିଆ: ଗତକାଲି ଅଖା ଭିତରୁ ନିଖୋଜ ନାବାଳିକା ଛାତ୍ରୀର ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ପୋଲିସ। ଏକ ତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ ହୋଇଥିବାର ପ୍ରେସମିଟ୍ କରି ସୂଚନା ଦେଇଛି କରଞ୍ଜିଆ ପୋଲିସ। ଥାନାରେ ଅଟକ ଥିବା ଅଭିଯୁକ୍ତ ଟ୍ୟୁସନ ଶିକ୍ଷକ କର ସ୍ବୀକାରୋକ୍ତି ପରେ ଟିଉସନ ଶିକ୍ଷକକୁ ଗିରଫ କରିଛି ପୋଲିସ।

ଏକୁଟିଆ ହତ୍ୟା କରି ମୃତଦେହକୁ ଫିଙ୍ଗିଥିବା ନେଇ ପୋଲିସ ସାମ୍ନାରେ ସ୍ୱୀକାର କଲା କରଞ୍ଜିଆ ବାଙ୍କୀସାହିର ଅଭିଯୁକ୍ତ ଟ୍ୟୁସନ ଶିକ୍ଷକ ତ୍ରିଲୋଚନ ମହାକୁଡ଼। ଅଭିଯୁକ୍ତ ଟ୍ୟୁସନ ଶିକ୍ଷକ ଜଣକ ବେଲ୍ଟ ସାହାଯ୍ୟରେ ନାବାଳିକାର ତଣ୍ଟି ଚିପି ହତ୍ୟା କରିବା ପରେ ଏକ ଅଖାରେ ମୃତଦେହକୁ ଭର୍ତ୍ତି କରି ବୁଦା ମୂଳେ ଫିଙ୍ଗି ଦେଇଥିଲା। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବ ପୋଲିସ।

Also Read: ଧୁମ ଷ୍ଟାଇଲ ପଡ଼ିଲା ମହଙ୍ଗା, ବାଇକ ଚୋରକୁ ଧରାଇ ଦେଲା ଟି-ସାର୍ଟ