ଭୁବନେଶ୍ବର ୩।୪: ନକଲି CID ଅଧିକାରୀ । ନିଜକୁ ଅସଲି କହୁଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ । ଅନିୟମିତତା ଦର୍ଶାଇ ଅର୍ଥ ଆଦାୟ କରୁଥିଲେ l ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ କଲା ପୋଲିସ ​​​​​​​। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗିରଫ କରିଛି ପୋଲିସ ।

ବେଶଭୂଷା ଥିଲା ଠିକ୍‌ଠାକ୍ । ନିଜକୁ CID ଅଧିକାରୀ କହୁଥିଲେ । ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପ୍ରବେଶ କରୁଥିଲେ l ନିଜକୁ CID କହି ଯାଞ୍ଚ ଆଳରେ ମାଲିକଙ୍କ ଠାରୁ ଟଙ୍କା ଲୁଟୁଥିଲେ । ପ୍ରବଳ ଅନିୟମିତତା ଥିବା ଦର୍ଶାଇ ଅର୍ଥ ଆଦାୟ କରୁଥିଲେ l କେବଳ ଶିକ୍ଷା ଅନୁଷ୍ଠାନ ନୁହଁ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ଏମାନେ ନିଜକୁ CID କହି ମାଲିକଙ୍କୁ ଚୂନ ଲଗାଉଥିଲେ । ଭୁବନେଶ୍ବର ସ୍ଥିତ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏକ ଘରୋଇ ଶିକ୍ଷା ଅନୁଷ୍ଠାନ ବାହାରେ ଦେଖିବାକୁ ମିଳିଥିଲା କିଛି ଏମିତି । ନାଲି ପତାକା ମାରି ଟଙ୍କା ମାଗୁଥିଲେ ନକଲି CID । ସେହି ସମୟରେ ପହଞ୍ଚିଗଲା ପୋଲିସ । ଏଭଳି ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

Also Read:- Marijuana Smuggling: ଦାମୀ କାର୍‌ ଧରି ହେଉଥିଲେ ସଜବାଜ ; ଗୋଡ଼ାଇଲା ପୋଲିସ, ମାରିଲେ ଛୁ

ତେବେ ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଅନେକ ମଧ୍ୟ ନକଲି ଅଧିକାରୀ ଗିରଫ ହୋଇଛନ୍ତି । ତେବେ ଏଭଳି ଅନେକ ନକଲି ଅଧିକାରୀ ଚାରିଆଡ଼େ ବୁଲୁଛନ୍ତି । ଅସାଧୁ ଉପାୟରେ ଟଙ୍କା ମଧ୍ୟ ଆଦାୟ କରୁଛନ୍ତି । ତେବେ ସେମାନଙ୍କ ଉପରେ କଡ଼ା ନଜର ରଖାଯାଉଛି । ଯେଉଁଠି ଏଭଳି କାରନାମା ନଜରକୁ ଆସୁଛି ପୋଲିସ ବିଭାଗ ପ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।