ପୁରୀ ୧୯।୭: ଘୋଷଯାତ୍ରା ଅବସରରେ ମାତିଛନ୍ତି ଅନଲାଇନ ଠକ । ଅନଲାଇନରେ ମହାପ୍ରଭୁଙ୍କୁ ଦର୍ଶନ କରାଇଦେବା ନେଇ ସୋସିଆଲ ମିଡିଆରେ ଦିଆଯାଇଛି ବିଜ୍ଞାପନ । ଜଗନ୍ନାଥ ଧାମ ଦର୍ଶନ ଏବେ ଆହୁରି ସହଜ ବୋଲି ବିଜ୍ଞାପନ ମାଧ୍ୟମରେ ଦିଆଯାଇଛି । EO Odisha ଆଣୁଛି 'My EO Jagannath Dham Concierge Service'। ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ ହେବାକୁ ଯାଉଛି । eoOdisha ନାମକ ସଂସ୍ଥା "MyEO Jagannath Dham Concierge Service" ନାମରେ ଏକ ବିଶେଷ ସେବା ଆରମ୍ଭ କରୁଛି । ଏହି ସେବାର ଉଦ୍ଦେଶ୍ୟ ହେଉଛି ଭକ୍ତମାନଙ୍କ ଆଧ୍ୟାତ୍ମିକ ଯାତ୍ରାକୁ ଅଧିକ ସୁଗମ, ଆରାମଦାୟକ ଏବଂ ସ୍ମରଣୀୟ କରିବା ।

Also Read:- ରଥଯାତ୍ରା ଦେଖିବାକୁ ଯାଇ ନିଖୋଜ ନାବାଳିକା, ଯୁବକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଏଣିକି ଆପଣ କେବଳ ଭକ୍ତିରେ ମନ ଦେବେ, ବାକି ସମସ୍ତ ବ୍ୟବସ୍ଥାର ଦାୟିତ୍ୱ ଆମେ ନେବୁ । ଅଗଷ୍ଟ ୧ରୁ ଆରମ୍ଭ ହେଉଛି ସେବା । eo Odisha ସୂତ୍ରରୁ ଜଣାପଡିଛି ଯେ, ଆସନ୍ତା ୧ ଅଗଷ୍ଟ ୨୦୨୬ରୁ ଏହି "ସେବା ସେବା" ଆରମ୍ଭ ହେବ। ଏହା ଜଗନ୍ନାଥ ଧାମକୁ ନୂଆ ଉପାୟରେ ଅନୁଭବ କରିବାର ଏକ ସୁଯୋଗ ଆଣିଦେବ ବୋଲି ସଂସ୍ଥା କହିଛି । କେବଳ ସେତିକି ନୁହେଁ ସମ୍ପୃକ୍ତ ସଂସ୍ଥା ଯୋଗାଯୋଗ ନମ୍ବର ମଧ୍ୟ ଦେଇଛି । ଏହି ନୂଆ ପଦକ୍ଷେପ ଫଳରେ ଦୂର ଦୂରାନ୍ତରୁ ଆସୁଥିବା ତୀର୍ଥଯାତ୍ରୀମାନେ ବିନା ଅସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସଂସ୍ଥା ପକ୍ଷରୁ ବିଜ୍ଞାପନ ମାଧ୍ୟମରେ ସୂଚନା ଦିଆଯାଇଛି । ତେବେ ଏଭଳି କୌଣସି ବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇନଥିବା ଶ୍ରୀମନ୍ଦିର ସେବାୟତ କହିଛନ୍ତି ।