ଭୁବନେଶ୍ଵର: ଏଥର ଲଟେରି ମାଧ୍ୟମରେ ଆବଣ୍ଟନ ହେବ ମଦ କାଉଣ୍ଟର । ଏଥି ପାଇଁ ଆବେଦନ ପ୍ରକ୍ରିୟା ଶେଷ ହୋଇଛି । ଜୁନ୍ ୨ ତାରିଖ ସୁଦ୍ଧା ଲଟେରୀ ମାଧ୍ୟମରେ କେଉଁ ମଦ ଦୋକାନ କାହାକୁ ମିଳିବ ତାହା ଫାଇନାଲ ହେବ । ଗୋଟିଏ ମଦ ଦୋକାନ ପାଇଁ ଜଣେ ଆବେଦନକାରୀ ୩ ଲକ୍ଷ ଟଙ୍କା ଲେଖାଏଁ ଡିପୋଜିଟ୍ କରିଛନ୍ତି । ନିୟମ ଅନୁସାରେ ଏହି ଟଙ୍କା ନନ୍ ରିଫଣ୍ଡେବଲ ବା ଫେରସ୍ତ ହେବ ନାହିଁ । ତେବେ ରାଜ୍ୟରେ ମୋଟ ୧୨ଶହ ମଦ ଦୋକାନ ପାଇଁ ଆପ୍ଲିକେସନ ଫି ବାବଦକୁ ପ୍ରାୟ ୮ଶହ କୋଟି ଟଙ୍କା ଆଦାୟ ହୋଇଥିବା ଜଣାପଡ଼ିଛି । ଗୋଟେ ଗୋଟେ ମଦ ଦୋକାନ ପାଇଁ କେତେ ଲୋକ ଆବେଦନ କରିଛନ୍ତି ଆସନ୍ତୁ ଦେଖିବା ଏଇ ରିପୋର୍ଟରେ ।

ଲଟେରୀ ବ୍ୟବସ୍ଥା ପାଇଁ ଏଥର ମାଲେମାଲ ଅବକାରୀ ବିଭାଗ । ରାଜ୍ୟର ୧୨ଶହ ଦୋକାନ ପାଇଁ ଆପ୍ଲିକେସନ ଫି ବାବଦକୁ ଆଦାୟ ହେଲାଣି ପ୍ରାୟ ୮ଶହ କୋଟି ଟଙ୍କା । ଏଥର ଅବକାରୀ ବିଭାଗର ଆୟ ୧୦ହଜାର କୋଟି ଟଙ୍କା ଡେଇଁବ ବୋଲି ଆକଳନ କରାଯାଉଛି । ଏଥର ଲଟେରି ମାଧ୍ୟମରେ ଆବଣ୍ଟନ ହେବ ମଦ କାଉଣ୍ଟର । ଏଥି ପାଇଁ ଆବେଦନ ପ୍ରକ୍ରିୟା ପ୍ରାୟ ଶେଷ ହୋଇଛି । ଜୁନ୍ ୨ ତାରିଖ ସୁଦ୍ଧା ଲଟେରୀ ମାଧ୍ୟମରେ କେଉଁ ମଦ ଦୋକାନ କାହାକୁ ମିଳିବ ତାହା ଫାଇନାଲ ହେବ ।

Also Read: ପିନ୍ଧିଛନ୍ତି ଶେରଓ୍ବାନୀ, ହାତରେ ଧରିଛନ୍ତି ମିଠା ପ୍ୟାକେଟ୍... ବିବାହ କରିବାକୁ ବ୍ୟାକୁଳ ୪୨ ବର, ହେଲେ କନିଆଙ୍କ ଦେଖା ନାହିଁ

ଜଣେ ଆବେଦନକାରୀ ୩ ଲକ୍ଷ ଟଙ୍କା ଡିପୋଜିଟ୍

ଗୋଟିଏ ମଦ ଦୋକାନ ପାଇଁ ଜଣେ ଆବେଦନକାରୀ ୩ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି । ନିୟମ ଅନୁସାରେ ଏହି ଟଙ୍କା ନନ୍ ରିଫଣ୍ଡେବଲ ବା ଫେରସ୍ତ ହେବ ନାହିଁ । ତେବେ ରାଜ୍ୟରେ ମୋଟ ୧୨ଶହ ମଦ ଦୋକାନ ପାଇଁ ଆପ୍ଲିକେସନ ଫି ବାବଦକୁ ପ୍ରାୟ ୮ଶହ କୋଟି ଟଙ୍କା ଆଦାୟ ହୋଇଥିବା ଜଣାପଡ଼ିଛି । କେବଳ ବାଲେଶ୍ବର ଜିଲ୍ଲାରେ ୪୭ଟି ଅଫ୍ ସପ୍ ପାଇଁ ଆବେଦନ କରିଛନ୍ତି ୫୮୫ଜଣ । ଏମିତିରେ ଏହି ୪୭ ଅଫ୍ ସପ୍ ପାଇଁ ଅବକାରୀ ବିଭାଗ ଆଦାୟ କରିଛି ୧୭କୋଟି ୫୫ଲକ୍ଷ ଟଙ୍କା । ବାଲେଶ୍ବର ଜିଲ୍ଲାର ତିନିଟି ମଦ କାଉଣ୍ଟର ପାଇଁ କେହି ଆବେଦନ କରି ନାହାନ୍ତି ।

ସେଗୁଡ଼ିକ ହେଲା ମୋତିଗଞ୍ଜ-୨, ଗୋଳାପୋଖରୀ, ଲକ୍ଷ୍ମଣନାଥ କାଉଣ୍ଟର । ସେହିଭଳି ସୋରରେ ଥିବା ମଦ ଦୋକାନ ପାଇଁ ଆବେଦନ କରିଛନ୍ତି ୧୦୯ଜଣ । ଏହି କାଉଣ୍ଟର ପାଇଁ ଆପ୍ଲିକେସନ ଫି ବାବଦରେ ଆଦାୟ ହୋଇଛି ୩ କୋଟି ୨୭ଲକ୍ଷ ଟଙ୍କା । ସେହିଭଳି ମିତ୍ରପୁର କାଉଣ୍ଟର ପାଇଁ ୪୬ଜଣ, ବାଲିଆପାଳ ପାଇଁ ୨୬ଜଣ, ଖଇରା ପାଇଁ ୨୩ ଜଣ ଆବେଦନ କରିଛନ୍ତି । ଅର୍ଥାତ୍ ଏହି ତିନିଟି କାଉଣ୍ଟର ପାଇଁ ଆପ୍ଲିକେସନ ଫି ବାବଦକୁ ମୋଟ ୨୮କୋଟି ୫ଲକ୍ଷ ଟଙ୍କା ଆଦାୟ ହୋଇଛି । ତେବେ ଜିଲ୍ଲାରେ ୩ଟି କାଉଣ୍ଟର ପାଇଁ ଜଣେ ଲେଖାଏଁ ଆବେଦନ କରିଥିବାରୁ ସେଗୁଡ଼ିକ ପାଇଁ ଲଟେରୀ ହେବ ନାହିଁ ।

Also Read: ସହର ଛାଡ଼ି ଏବେ ଗାଁ ମୁହାଁ ଧଳାଜହର ବେପାରୀ, ବୁଲି ବୁଲି କରୁଥିଲେ କାରବାର

ରାଜ୍ୟରେ ମୋଟ ୧୨ ଶହ ମଦ ଦୋକାନ

ରାଜ୍ୟରେ ମୋଟ ୧୨ ଶହ ମଦ ଦୋକାନ ପାଇଁ ଆପ୍ଲିକେସନ ଫି ବାବଦକୁ ପ୍ରାୟ ୮ ଶହ କୋଟି ଟଙ୍କା ଆଦାୟ କରିଛି ଅବକାରୀ ବିଭାଗ । ଭୁବନେଶ୍ବରରେ ପଟିଆ ଅଫ୍ ସପ୍ ପାଇଁ ୩୧୫ଜଣ ଆବେଦନ କରିଥିବା ବେଳେ ସେଠାରୁ ଆପ୍ଲିକେସନ ଫି ବାବଦରେ ୯କୋଟି ୪୫ଲକ୍ଷ ଟଙ୍କା ଆଦାୟ କରିଛି ଅବକାରୀ ବିଭାଗ । ସେହିଭଳି କଳିଙ୍ଗ ଷ୍ଟୁଡିଓ ପାଖ ମଦ ଦୋକାନ ପାଇଁ ୩୦୧ ଜଣ ଆବେଦନ କରିଛନ୍ତି । ସେଠାରୁ ପ୍ରାୟ ୯କୋଟି ୩୦ଲକ୍ଷ ଟଙ୍କା ଆଦାୟ ହୋଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ଦୋକାନ ପାଇଁ ୨ଶହ ଶହ ଜଣ ଆବେଦନ କରିଛନ୍ତି ।ସେଠାରୁ ଆପ୍ଲିକେସନ ଫି ବାବଦକୁ ୬କୋଟି ଟଙ୍କା ଆଦାୟ ହୋଇଛି । ଗତ ବର୍ଷ ଅବକାରୀ ବିଭାଗ ଆପ୍ଲିକେସନ ଫି ବାବଦକୁ ମୋଟ ୮ ହଜାର ୮ଶହ କୋଟି ଟଙ୍କା ଆୟ କରିଥିଲା ।

Also Read: ଲକ୍ଷ୍ନୌରେ UPSC ଆଶାୟୀଙ୍କୁ ଗଣଦୁଷ୍କର୍ମ କଲେ ୩ ବନ୍ଧୁ, ତଦନ୍ତ କରୁଛି ଦିଲ୍ଲୀ ପୋଲିସ

ହେଲେ ଚଳିତ ବର୍ଷ ଏଇ ମାତ୍ର କିଛି ଜାଗାରେ ଅବକାରୀ ବିଭାଗ ଆପ୍ଲିକେସନ ଫି ବାବଦକୁ ୮ଶହ କୋଟି ଟଙ୍କା ଆଦାୟ କରିସାରିଲାଣି । ତେବେ ଏଥର ଅବକାରୀ ବିଭାଗର ଆୟ ୧୦ହଜାର କୋଟି ଟଙ୍କା ଡେଇଁବ ବୋଲି ଆକଳନ କରାଯାଉଛି । ତେବେ ଲଟେରୀ ଉଠାଣରେ ସ୍ବଚ୍ଛତା ରହିଲେ ଅନ୍ୟ ରାଜ୍ୟର ଅସାଧୁ ବ୍ୟବସାୟୀମାନେ ଆମ ରାଜ୍ୟରେ ପଶି ମଦ କାଉଣ୍ଟର ହାତେଇ ପାରିବେ ନାହିଁ ବୋଲି କୁହାଯାଉଛି ।