ନୂଆଦିଲ୍ଲୀ: ଦିଲ୍ଲୀରେ UPSC ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମର ଏକ ମାମଲା ସାମ୍ନାକୁ ଆସିଛି। ଯୁବତୀ ଜଣଙ୍କ ଜୌନପୁରରୁ ଦିଲ୍ଲୀ ଯାତ୍ରା କରୁଥିଲେ। ଏହି ସମୟରେ, ଲକ୍ଷ୍ନୌର ଚାରବାଗ ଷ୍ଟେସନରେ ତାଙ୍କୁ ତାଙ୍କର ଜଣେ ପରିଚିତ ଯୁବକ ଟ୍ରେନରୁ ଓହ୍ଲାଇ ଦେଇଥିଲା। ଏହା ପରେ, ସମ୍ପର୍କୀୟ ଜଣକ ତାଙ୍କୁ ସୁଶାନ୍ତ ଗଲ୍ଫ ସିଟି ଅଞ୍ଚଳର ତାଙ୍କ କୋଠାକୁ ନେଇଯାଇଥିଲା । ସେଠାରେ ସେ ତାଙ୍କ କଫିରେ ନିଦ ଔଷଧ ମିଶାଇ ତାଙ୍କୁ ବେହୋସ କରିଦେଇଥିଲା ଏବଂ ବଳାତ୍କାର କରିଥିଲା। ସେହି ସନ୍ଧ୍ୟାରେ ଅନ୍ୟ ଜଣେ ଯୁବକ ସେଠାରେ ପହଞ୍ଚିଥିଲା, ସେ ମଧ୍ୟ ଯୁବତୀଙ୍କ ଦୁଷ୍କର୍ମ କରିଥିଲା । ପରଦିନ ଆଉ ଜଣେ ଯୁବକ ସେଠାରେ ପହଞ୍ଚିଥିଲା । ତିନି ଜଣ ଯୁବକ ପୀଡ଼ିତାଙ୍କୁ ତିନି ଦିନ ଧରି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି ।

ଯୁବତୀଙ୍କୁ ଲଗାତାର ତିନି ଦିନ ଧରି ଗଣଦୁଷ୍କର୍ମ କରାଯିବା ପରେ, ପରିଚିତ ବ୍ୟକ୍ତି ସୁଶାନ୍ତ ଗଲ୍ଫ ସିଟିରୁ ଚାରବାଗକୁ ଏକ କ୍ୟାବ୍ ବୁକ୍ କରିଥିଲା ଏବଂ ସୁହେଲଦେବ ଏକ୍ସପ୍ରେସରେ ତାଙ୍କୁ ଦିଲ୍ଲୀ ପଠାଇଥିଲା। ଭୟଭୀତ ପୀଡ଼ିତା ଜଣଙ୍କ ସାହସ ଜୁଟାଇ ତାଙ୍କ ପରିବାରକୁ ଘଟଣା ସଂପର୍କରେ କହିଥିଲେ । ତା'ପରେ ପରିବାର ଲୋକେ ରେଳବାଇ ହେଲ୍ପଲାଇନ୍କୁ ଫୋନ୍ କରି ଝିଅ ପାଇଁ ସାହାଯ୍ୟ ମାଗିଥିଲେ।

ପୀଡିତାଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଫୀଡ଼ିତାଙ୍କ ପରିଚିତ ଶିବମ୍ ଯାଦବ ଜୌନପୁରର ଜଲାଲପୁରର ବାସିନ୍ଦା। ଶିବମ୍ ମଧ୍ୟ ମୁଖ୍ୟ ଅଭିଯୁକ୍ତ। ଝିଅ ପାଖରୁ ଘଟଣା ସଂପର୍କରେ ଜାଣିବା ପରେ, ତାଙ୍କ ବାପା ୧୩୯ ରେଳ ହେଲ୍ପଲାଇନ୍ରେ ସାହାଯ୍ୟ ମାଗିଥିଲେ। ଏହାପରେ ଏକ GRP ଦଳ ପହଞ୍ଚି ପୀଡ଼ିତାଙ୍କ ସହ କଥା ହୋଇଥିଲା । ତା'ପରେ ମହିଳାଙ୍କୁ ଦିଲ୍ଲୀର ଆନନ୍ଦ ବିହାର ପୋଲିସ ଷ୍ଟେସନକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ପରିବାର ମଧ୍ୟ ପରଦିନ ପହଞ୍ଚିଥିଲେ। ମହିଳାଙ୍କ ବୟାନ ଆଧାରରେ, ଆନନ୍ଦ ବିହାରରେ ଏକ ମାମଲା ରୁଜୁ କରାଯାଇଥିଲା।

ପୀଡିତା ଦିଲ୍ଲୀର ଏକ ଘରୋଇ କଲେଜରୁ ବିଏ ପଢ଼ୁଛନ୍ତି ଏବଂ ୟୁପିଏସସି ପାଇଁ ପ୍ରସ୍ତୁତି କରୁଛନ୍ତି । ପୋଲିସକୁ ଦେଇଥିବା ଅଭିଯୋଗରେ ସେ କହିଛନ୍ତି ଯେ, କଲେଜ ଛୁଟି ହେବା ପରେ ସେ ମେ ୧ ତାରିଖରେ ଜୌନପୁର ଘରକୁ ଯାଇଥିଲେ। ପରୀକ୍ଷା ପାଇଁ ତାଙ୍କର ଆଡମିଟ୍ କାର୍ଡ ଆସିଯାଇଥିଲା, ଏବଂ ସେ ମେ ୧୫ ତାରିଖରେ ଏହାକୁ ସଂଗ୍ରହ କରିବା ପାଇଁ ଦିଲ୍ଲୀ ଯାଇଥିଲେ। ତାଙ୍କ ବାପା ତାଙ୍କୁ ଜାଫରାବାଦ ଷ୍ଟେସନରେ ସୁହେଲଦେବ ଏକ୍ସପ୍ରେସରେ ବସାଇ ଚାଲିଯାଇଥିଲେ।

ଟ୍ରେନ୍ ଚାଲିଯିବା ପରେ, ଯୁବତୀ ଜୌନପୁରର ଜଲାଲପୁରର ଶିବମ ଯାଦବଙ୍କୁ ହ୍ୱାଟସଆପରେ ମେସେଜ କରିଥିଲେ। ସେ ତାଙ୍କୁ ଚାରି ବର୍ଷ ଧରି ଜାଣିଥିଲେ। ଶିବମ ଯାଦବ ତାଙ୍କ ବନ୍ଧୁଙ୍କ ସହ ତାଙ୍କୁ ଭେଟିବା ପାଇଁ ଚାରବାଗ ଷ୍ଟେସନ ଆସିଥିଲା। ସେଠାରୁ ଯୁବତୀଙ୍କୁ ସେମାନେ ସାଙ୍ଗରେ ନେଇ ଯାଇଥିଲେ । ୩ ଜଣ ବନ୍ଧୁ ମିଶି ଯୁବତୀଙ୍କୁ ଗରଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି । ତିନି ଦିନ ଧରି ତାଙ୍କୁ ଦୁଷ୍କର୍ମ କରିବା ପରେ ସୁହେଲଦେବ ଏକ୍ସପ୍ରେସରେ ତାଙ୍କୁ ଦିଲ୍ଲୀ ପଠାଇ ଦେଇଥିଲେ ।