ନୂଆଦିଲ୍ଲୀ,|୦୭:ଶନିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ମୁକାବିଲା ଖେଳାଯିବ । ପ୍ରଥମ ମୁକାବିଲା ବର୍ଷା ପାଇଁ ଧୋଇ ହୋଇଯାଇଥିଲା । ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିପାରିନଥିଲା ଘରୋଇ ଇଂଲଣ୍ଡ । ତେବେ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ ଏହାପୂର୍ବରୁ ଆୟରଲ୍ୟାଣ୍ଡ ବିପକ୍ଷରେ ସିରିଜ୍ ହାରିଛି । ଦଳ କ୍ୱିନ୍ ସ୍ୱିପର ଶିକାର ହୋଇଛି । ଯାହାକୁ ନେଇ ସମସ୍ତେ ସମାଲୋଚନା କରୁଛନ୍ତି । ତେଣୁ ଇଂଲଣ୍ଡ ବିପକ୍ଷରେ ଦଳକୁ ଜିତିବା ଜରୁରୀ ।

ତେବେ ଶନିବାର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା । ତାଙ୍କୁ ଦଳରେ ସ୍ଥାନ ମିଳିଥିଲେ ବି ପ୍ଲେଇଂ ଇଲେଭେନରେ ସୁଯୋଗ ମିଲୁନି । ତାଙ୍କ ଜାଗାରେ ସଞ୍ଜୁ ସାମସନ ଖେଳୁଛନ୍ତି । ସଞ୍ଜୁ ଲଗାତାର ବିଫଳ ହେଲେ ବି ସୁଯୋଗ ମିଳୁଛି । ତେବେ ଦ୍ୱିତୀୟ ଟି୨୦ରେ ବୈଭବଙ୍କ ଖେଳିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ବୋଲିଂ କୋଚ୍ ମୋରନେ ମୋର୍କେଲ୍ ।

Also Read :- Rekha: ନା ଫିଲ୍ମ, ନା କୌଣସି ବିଜ୍ଞାପନ ; ତଥାପି ରେଖା ବଞ୍ଚନ୍ତି କରନ୍ତି ବିଳାସପୂର୍ଣ୍ଣ ଜୀବନ, ଜାଣନ୍ତୁ କିପରି କରନ୍ତି ରୋଜଗାର ?

ମୋର୍କେଲ କହିଛନ୍ତି ଯେ, ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ ଲଗାତାର ଓପନର ଭାବେ ଦଳ ପାଇଁ ରନ୍ ସଂଗ୍ରହ କରୁଛନ୍ତି । ଏବେ ଦଳ କୌଣସି ତରବର ନିଷ୍ପତ୍ତି ନେବାକୁ ଚାହୁଁ ନାହିଁ । ତେଣୁ ମ୍ୟାନେଜମେଣ୍ଟ ସେମାନଙ୍କୁ ସମର୍ଥନ କରିବା ଜାରି ରଖିବ । ତେଣୁ ବୈଭବ ଦ୍ୱିତୀୟ ଟି୨୦ରେ ମଧ୍ୟ ଦଳରେ ସ୍ଥାନ ପାଇବେ ନାହିଁ ବୋଲି ସଙ୍କେତ ମିଳୁଛି ।

ବୈଭବଙ୍କ ପୋଷ୍ଟ ନେଇ ଚର୍ଚ୍ଚା

ଏସବୁ ମଧ୍ୟରେ ବୈଭବ ସୂର୍ଯ୍ୟବଂଶୀ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ଷ୍ଟାଟସ୍ ଦେଇଛନ୍ତି । ଯେଉଁଥିରେ ଲେଖାଯାଇଛି ଯେ, ନ୍ୟୁ ଚାପ୍ଟର । ଅର୍ଥାତ ନୂଆ ଅଧ୍ୟାୟ । ଏହା ଲେଖିଲା ପରେ ସେ ଏକ ଝଡବାତ୍ୟା ବା ଟର୍ଣ୍ଣାଡୋର ଇମୋଜୀ ଦେଇଛନ୍ତି । ଯାହାକୁ ନେଇ ଫ୍ୟାନ୍ସ ନାନା କଥା କହୁଛନ୍ତି ।

କେହି କେହି କହୁଛନ୍ତି ଯେ, ହୁଏତ ତାଙ୍କୁ ଶନିବାର ଦ୍ୱିତୀୟ ଟି୨୦ରେ ସୁଯୋଗ ମିଳିବ । ଆଉ କେହି କେହି ଏହାକୁ ସାଧାରଣ ପୋଷ୍ଟ୍ ବୋଲି କହୁଛନ୍ତି ।