ଭୁବନେଶ୍ୱର ୭।୧୧: ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖବର । ଆସନ୍ତା ୧୦ ତାରିଖରେ ବାଲେଶ୍ଵର ଜିଲ୍ଲାରୁ ୫ ଲକ୍ଷରୁ ଅଧିକ ବୁଢ଼ାବୁଢ଼ୀ ଏବଂ ବିଧବା ଭତ୍ତା ପାଇବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ନୂଆ ଟାର୍ଗେଟ୍ ନରହିବାରୁ ଯୋଗ୍ୟ ଥାଇ ମଧ୍ୟ ଅନେକ ଲୋକ ଭତ୍ତା ପାଇଁ ଅପେକ୍ଷା କରି ରହୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏକାଥରକେ ଏହି ଭତ୍ତା ପ୍ରଦାନ କରାଯିବ ।

Also Read:- ରାଜସ୍ବ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ, BDO ସାମି ରେଡ୍ଡୀ ଜୟଶ୍ରୀ ନିଲମ୍ବିତ

ସେହିପରି କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଦତ୍ତ ଏନ୍.ଏସ୍.ପି. (NSP) ଭତ୍ତା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ, ନୂଆ ପୋର୍ଟାଲ୍ ହେବା ଯୋଗୁଁ କିଛି ଲୋକ ଠିକ୍ ସମୟରେ ଭତ୍ତା ପାଇପାରି ନାହାନ୍ତି । ତେବେ ଏହାକୁ ନେଇ କେନ୍ଦ୍ର ମନ୍ତ୍ରାଳୟ ସହିତ କ୍ରମାଗତ ଭାବେ ଆଲୋଚନା କରାଯାଉଛି । ଯେଉଁମାନେ ୨ରୁ ୩ ମାସ ହେଲା ଭତ୍ତା ପାଇନାହାନ୍ତି, ସେମାନେ ମଧ୍ୟ ଏକାଥରକେ ସମସ୍ତ ବକେୟା ଭତ୍ତା ପାଇପାରିବେ । ଏନେଇ ବିଭାଗ ପକ୍ଷରୁ ବ୍ୟାପକ ତତ୍ପରତା ସହ କାର୍ଯ୍ୟ କରାଯାଉଛି ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।