ନୂଆଦିଲ୍ଲୀ, ୦୬/୦୯ : ଟୋଲ୍ ପ୍ଲାଜାରେ ଅନିୟମିତତା ମାମଲାରେ ଇଡି ବା ପ୍ରବର୍ତ୍ତନ ନିର୍ଦେଶାଳୟର ବଡ ଆକ୍ସନ । ୧୦୦ଟି ଟୋଲ୍ ପ୍ଲାଜାରେ ରେଡ୍ । ଏହି ସବୁ ପ୍ଲାଜାରେ ଆର୍ଥିକ ଅନିୟମିତତା ଅଭିଯୋଗ ରହିଥିଲା । ଯାହା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆକ୍ସନ୍ ନେଇଛି ।

ଅଭିଯୋଗ ଥିଲା ଯେ, କିଛି ଟୋଲ୍ ଗେଟରେ ବେଆଇନ ଭାବେ ଡ୍ରାଇଭରଙ୍କଠୁ ଟଙ୍କା ଅସୁଲ କରାଯାଉଥିଲା । ଏଥିପାଇଁ ବେଆଇନ ମୋବାଇଲ ଆପ୍ ମଧ୍ୟ ବ୍ୟବହାର ହେଉଥିଲା । ଏହି ଆପ୍ ଜରିଆରେ ଜାଲ୍ ରସିଦ ପ୍ରସ୍ତୁତ କରାଯାଇ ଗାଡିକୁ ଦିଆଯାଉଥିଲା ।

ଇଡିର କହିବାନୁସାରେ, ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣକୁ ନ ଜଣାଇ ଟୋଲ୍ ଆଦାୟ କରାଯାଉଥିଲା । ୧୦୦ଟି ଟୋଲ୍ ପ୍ଲାଜାରେ ଏପରି ହେଉଥିଲା । ଯେଉଁ ଗାଡିର ଫାଷ୍ଟାଗ୍ ନଥିଲା ସେହି ଗାଡିକୁ ମୁଖ୍ୟତଃ ଟାର୍ଗେଟ୍ କରାଯାଉଥିଲା । ଅନିଧିକୃତ ରସିଦ ତିଆରି କରାଯାଇ ଗାଡିକୁ ଦିଆଯାଉଥିଲା । ତା ବଦଳରେ ଅର୍ଥ ଅଣାଯାଉଥିଲା ।

Also Read :- CCTVରେ କଏଦ ବିଚିତ୍ର ଘଟଣା ! ସୁନାମୁଦି ଡବା ଧରି ଦୌଡ଼ିଲେ ମହିଳା, ଧରାପଡ଼ିବା ପରେ କହିଲେ କାରଣ

ପ୍ରଥମେ ଉତ୍ତର ପ୍ରଦେଶର ଏହି ମାମଲା ଆସିଥିଲା । ପୋଲିସ ଏଫଆଇଆର ରୁଜୁ କରିବା ପରେ ଇଡି ତଦନ୍ତ ଆରମ୍ଭ କରିଥିଲା । ମିର୍ଜାପୁରରେ ଥିବା ଏକ ଟୋଲ୍ ପ୍ଲାଜାରେ ଏପରି କରାଯାଇଥିଲା ଇଡି ଜାଣିବାକୁ ପାଇଥିଲା । ଯାହାପରେ ୧୦୦ରୁ ଅଧିକ ଟୋଲ୍ ପ୍ଲାଜାରେ ଚଢଉ ହୋଇଥିଲା ।