ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଶନିବାର ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୨ ଥିଲା ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ୍‌) ସୂଚନା ଦେଇଛି। ପାହାଡ଼ିଆ ସହର ଉତ୍ତରକାଶୀରେ ରାତି ୮ଟା ୭ ମିନିଟ୍‌ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।  

ଏନସିଏସ୍‌ ଏକ୍ସରେ ସୂଚନା ଦେଇଛି ଯେ, ଭୂମିକମ୍ପର ତୀବ୍ରତା ୪.୨ ଥିଲା । ତେବେ ଗୋଟିଏ ଦିନରେ ଦୁଇ ଦୁଇ ଥର ଭୂକମ୍ପରେ ଥରିଛି ଉତ୍ତରାଖଣ୍ଡ । ଏହାର ପ୍ରାୟ ୪ ଘଣ୍ଟା ପୂର୍ବରୁ ବାଗେଶ୍ବର ଜିଲ୍ଲାରେ ମଧ୍ୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା।  ଏନସିଏସ୍‌ ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୨.୮ ରେକର୍ଡ ହୋଇଥିଲା । ଦୁଇ ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲେ ସୁଦ୍ଧା, କୌଣସି କ୍ଷୟକ୍ଷତି ନେଇ ରିପୋର୍ଟ ହସ୍ତଗତ ହୋଇନାହିଁ । 

Also Read: Earthquake : ପାନାମାରେ ଶକ୍ତିଶାଳୀ ଭୂକମ୍ପରେ, ତୀବ୍ରତାର ୭.୭ ରେକର୍ଡ, ଏକାଧିକ ସ୍ଥାନରେ ବିଦ୍ୟୁତ ସେବା ଠପ୍

ଅକ୍ଟୋବର ୬ରେ ଦୋହଲିଥିଲା ଦିଲ୍ଲୀ
ଏହା ପୂର୍ବରୁ ଅକ୍ଟୋବର ୬ରେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରାତି ପ୍ରାୟ ୧୦ଟା ୨୦ରେ ଆସିଥିବା ଭୂମିକମ୍ପର ତୀବ୍ରତା ଥିଲା ୪.୯ । ଏହାର ପ୍ରଭାବ ଦିଲ୍ଲୀ ଏବଂ ଆଖାପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା । ରାଜଧାନୀବାସୀଙ୍କ ସମେତ ଅନ୍ୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଥିଲେ । ଲୋକେ ସୋସିଆଲ ମିଡିଆରେ ନିଜ ଅନୁଭୂତି ଶେୟାର କରିଥିଲେ । ବିଲ୍ଡିଂଗୁଡ଼ିକ ଦୋହଲିଲା ପରି ମନେ ହେଉଥିଲା ବୋଲି ଜଣେ ସୋସିଆଲ ମିଡିଆ ୟୁଜର ବର୍ଣ୍ଣନା କରିଥିଲେ ।