କେନ୍ଦ୍ରାପଡା ୫।୬: କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି l ମୃତ ଯୁବକ ଜଣଙ୍କ ଡ୍ରାଇଭର ଭାବେ କାମ କରୁଥିଲେ । ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି ।

ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ୩ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାକୁ ଯିବା ପାଇଁ ଥିବା ଷ୍ଟିଲ ସିଡିବାଡାରେ ଯୁବକଙ୍କ ମୃତଦେହ ଗାମୁଛାରେ ବନ୍ଧା ହୋଇଥିବା ଅବସ୍ଥାରେ ଠାବ ହୋଇଥିଲା l ମୃତ ଯୁବକ ଡେରାବିଶ ବ୍ଲକ୍ ଅନ୍ତର୍ଗତ ରାଏତୁଣ୍ଡି ଗାଁର ଶ୍ରୀଚନ୍ଦନ ଦାସ ବୋଲି ଜଣାପଡିଛି l

Also Read:- ରାଜେନ୍ଦ୍ରାଭିଷେକରୁ ନୀଳାଦ୍ରି ବିଜେ ନୀତି ନିର୍ଘଣ୍ଟକୁ ମୋହର, ଅଦିନିଆ ରଥଯାତ୍ରା ନେଇ ପିଏମ୍‌ଙ୍କୁ ଭେଟିବ ସ୍ବତନ୍ତ୍ର ଟିମ୍

ସକାଳୁଆ ଅଫିସ ହୋଇଥିବାରୁ ଦିନ ଗୋଟାଏରେ ଅଫିସ ଛୁଟି ହୋଇଯିବା ପରେ ଯୁବକ ଜଣକ କଲେକ୍ଟର ଅଫିସ ଭିତରକୁ ଯାଇଥିବା ଅନୁମାନ କରାଯାଉଛି l ଶ୍ରୀଚନ୍ଦନ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ l କେନ୍ଦ୍ରାପଡା ଟାଉନ୍ ଅନ୍ତର୍ଗତ ମଢିଆଳରେ ସେ ଘର ଭଡା ନେଇ ରହୁଥିଲେ l ଟାଉନ୍ ଥାନା ପୋଲିସ ପହଞ୍ଚି ଶବ ଜବତ କରିଛି l ମୃତ ଯୁବକଙ୍କ ପ୍ୟାଣ୍ଟ ପକେଟରୁ ଏକ ଛୋଟ ଫୋନ ଜବତ କରିଛି ପୋଲିସ l