ପୁରୀ ୧୭/୦୩: ରାଜ୍ୟସଭା ନିର୍ବାଚନ ଜିତିବା ମହାପ୍ରଭୁଙ୍କ ଦର୍ଶନ କଲେ ପରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ । ସକାଳୁ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ସହ ଆର୍ଶୀବାଦ ଲାଭ କରିଛନ୍ତି । ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ମହାପ୍ରଭୁଙ୍କ ଆର୍ଶୀବାଦରୁ ଓଡିଶାବାସୀଙ୍କ ପାଇଁ ଆଗକୁ ଭଲ କାମ କରିବି।

​​​​​​​

ତେଣୁ ଏଥିପାଇଁ ମହାପ୍ରଭୁ ଧର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି। ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ନିଶ୍ଚିତ ଥିଲି। ସେଥିପାଇଁ ଦୁଇମାସ ପୂର୍ବରୁ ସମସ୍ତ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଥିଲି। ଯେଉଁ ବିଧାୟକ ମାନେ ମତେ କ୍ରସ ଭୋଟିଂ କରି ସମର୍ଥନ ଜଣାଇଛନ୍ତି ସେମାନଙ୍କ ମଧ୍ୟରୁ କିଛିଙ୍କ ସହ ବ୍ୟକ୍ତିଗତ ଭାବରେ ସମ୍ପର୍କ ରହିଛି।

କିଛି ବିଧାୟକ ମାନଙ୍କ ଭଲପାଇବା ଓ ସମର୍ଥନ ରହିଥିଲା ବୋଲି ମୁଁ ନିର୍ବାଚନ ଜିତିଲି ବୋଲି କହିଛନ୍ତି ଦୀଲିପ ରାୟ। ତେବେ ଆଜି ସମସ୍ତ ବିଧାୟକ ମାନଙ୍କୁ ଏକତ୍ରିତ କରି ସେମାନଙ୍କୁ ଆପାୟିତ୍ତ କରିବା ସହ କୃତଜ୍ଞତା ଜ୍ଞାପନ କରିବି ବୋଲି ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ଦୀଲିପ ରାୟ।