ଭୁବନେଶ୍ବର ୨୬।୧୧: ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ କାମରେ ମିଳିବ ଆଶ୍ୱସ୍ତି । ମହିଳା ପୋଲିସଙ୍କ ଅଭିଯୋଗ ଶୁଣିବେ ମହିଳା ଅଧିକାରୀ । ଗର୍ଭବତୀ ମହିଳାଙ୍କ ପ୍ରି ଓ ପୋଷ୍ଟ ପ୍ରେଗନେନ୍ସି କେୟାର ନେବ ପୋଲିସ I ସେଥିପାଇଁ ଆବେଦନ କରିବା ମାତ୍ରେ ଦିଆଯିବ ଛୁଟି I ପ୍ରେଗନେନ୍ସି ପାଇଁ ଫିଜିକାଲ ଓ ମେଣ୍ଟାଲ କେୟାର ନିହାତି ଜରୁରୀ ବୋଲି ଡିଜିପି ବିନୟତୋଷ ମିଶ୍ର କହିଛନ୍ତି ।

Also Read:- ଓଡ଼ିଶାରେ କମିଲା ବଜ୍ରପାତ ମୃତ୍ୟୁ, ତାଳ ଗଛ ଲଗାଇବାକୁ ୧୪.୭୨ କୋଟି ମଞ୍ଜୁର

ମହିଳା ଅଫିସର ମାନଙ୍କୁ ରାତିରେ ପାଟ୍ରୋଲିଂ, ଥାନାରେ ଡିସିଓ ଭଳି ହାର୍ଡ ଡ୍ୟୁଟି ଦିଆ ଯାଉନାହିଁ I କିମ୍ବା ସେମାନେ ଚାହିଁଲେ ତାଙ୍କର ଡ୍ୟୁଟି ଚେଞ୍ଜ କରି ପାରିବେ I ଯାହାଦ୍ୱାରା ସେ ତାଙ୍କର ନିଜର ଯତ୍ନ ନେବା ସହ ଖାଇବା ପିଇବାର ସିଡ୍ୟୁଲ ମେଣ୍ଟେନ କରିପାରିବେ I ଥାନା ବାବୁ ନ ଶୁଣିଲେ, ଗ୍ରୀଭାନ୍ସ ପାଇଁ ଏସଡିପିଓ, ଏସପିଙ୍କ ନିକଟକୁ ଯାଇ ପାରିବେ କିମ୍ବା ସେ ସିଧା ସଳଖ ଡିଜିଙ୍କ ପାଖରେ ଫେରାଦ ହୋଇ ପାରିବେ I ସମସ୍ତ ଏସ୍ପିଙ୍କୁ ମେସେଜ ଦେଇ ଡିଜି କହିଲେ, ସମସ୍ୟା ଆସିଲେ ଗୋଟିଏ ମିନିଟ୍ ପାଇଁ ନିଜକୁ ପିଟିସନର ଭାବନ୍ତୁ I