ଭୁବନେଶ୍ବର ୨୬।୧୧: ରାଜ୍ୟରେ କମିଛି ବଜ୍ରପାତ ଜନିତ ମୃତ୍ୟୁ ହାର । ୨୦୧୯-୨୦ରେ ୩୫୦ଙ୍କ ଜୀବନ ଯାଇଥିବା ବେଳେ ୨୦୨୪-୨୫ରେ ୨୪୩ ଜଣ ଓ ୨୦୨୫-୨୬ରେ ୨୫୭ ଜଣଙ୍କ ଜୀବନ ନେଇଛି ବଜ୍ରପାତ । ବିଧାନସଭାରେ ଏଭଳି ଲିଖିତ ଉତ୍ତର ରଖିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ବଜ୍ରପାତର ତୀବ୍ରତ ଓ ସଂଖ୍ୟା ବୃଦ୍ଧି ପାଉଛି ହେଲେ Early Warning System ଦ୍ୱାରା ମୃତ୍ୟୁ ସଂଖ୍ୟା ହ୍ରାସ କରାଯାଇଛି । ତେବେ ରାଜ୍ୟରେ ମୟୂରଭଞ୍ଜ, ଗଞ୍ଜାମ, ବାଲେଶ୍ୱର, କେନ୍ଦୁଝର ଓ କଟକକୁ ରାଜ୍ୟର ବଜ୍ରପାତପ୍ରବଣ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି । ସେଠାରେ ଭାରତ ସରକାରଙ୍କ Mitigation project for lightining safety କାର୍ଯ୍ୟକାରୀ କରାଯାଇଛି । ତାଳ ଗଛ ଲଗାଇବା ପାଇଁ ୧୪ କୋଟି ୭୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ସଚେତନ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଗୁଡିକୁ ୨୦ କୋଟି ଟଙ୍କା ଦିଆଯାଇଥିବା ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ।

Also Read:- ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଦ୍ୟାଭାରତୀ

ସେହିପରି ଚଳିତ ବର୍ଷ ବନ୍ୟା, ବାତ୍ୟା, ଘୂର୍ଣ୍ଣିଝଡ଼, ବଜ୍ରପାତ, ସାପ କାମୁଡା ଓ ପାଣିରେ ବୁଡି ୪୬୪ ଲୋକଙ୍କ ଜୀବନ ଯାଇଛି । ଗଞ୍ଜାମ ଭୂସ୍ଖଳନରେ ଏ ଯାଏଁ ୬ ଜଣ ନିଖୋଜ ଅଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।