ପୁରୀ ୧୫।୮: ଜଗା ଦର୍ଶନ ହେଲା ଶେଷ ଦର୍ଶନ । ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଅସୁସ୍ଥ ହୋଇ ପଡିଲେ ଜଣେ ଭକ୍ତ । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଘୋଷଣା କଲେ ଡାକ୍ତର । ମୃତକ ହେଉଛନ୍ତି ଯାଜପୁର ଅଲାରପୁର ଅଞ୍ଚଳର ୭୫ ବର୍ଷର ନୀଳକଣ୍ଠ ଦାଶ ।

ନୀଳକଣ୍ଠ ଶନିବାର ତାଙ୍କ ପତ୍ନୀ ଓ ଦୋକାନର କର୍ମଚାରୀଙ୍କ ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ । ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସମୟରେ ନୀଳକଣ୍ଠ ଗୁରୁତର ହୋଇ ପଡ଼ିଥିଲେ । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନୀଳକଣ୍ଠଙ୍କ ମୃତ୍ୟୁକୁ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କ ପତ୍ନୀ ।

Watch Video: