ନୂଆଦିଲ୍ଲୀ: ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ(ପିୟୁସିସି) ସାର୍ଟିଫିକେଟର ବୈଧତା ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର। ଏଥିରେ ନୂଆ ବିଏସ-ଭିଆଇ(BS-VI-) ଅନୁପାଳନକାରୀ ଗାଡ଼ିଗୁଡ଼ିକର ପିୟୁସିସି ରିନ୍ୟୁ କରିବାର ଅବଧିକୁ ବଢ଼ାଇ ଦିଆଯାଇଛି। ହେଲେ ପୁରୁଣା ଗାଡ଼ିଗୁଡ଼ିକ ଅବଧି କମାଯାଇଛି।

ନଭେମ୍ବର ୧୩ ତାରିଖରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଥିଲା। ନୂଆ ନିୟମ ଅନୁସାରେ, ୬ ବର୍ଷର ପୁରୁଣା ପ୍ରାଇଭେଟ ବିଏସ-ଭିଆଇ ଗାଡ଼ିଗୁଡିକୁ ଏଣିକି ପ୍ରତି ୩ ବର୍ଷରେ ଥରେ ପିୟୁସିସି ରିନ୍ୟୁ କରିବେ। ସେହିପରି ୬ ବର୍ଷରୁ ଅଧିକ କିନ୍ତୁ ୧୦ ବର୍ଷରୁ କମ ଗାଡ଼ିଗୁଡ଼ିକୁ ପ୍ରତିବର୍ଷ ପିୟୁସିସି ରିନ୍ୟୁ କରିବାକୁ ହେବ। ଆଉ ଯେଉଁଗୁଡ଼ିକ ୧୦ ବର୍ଷରୁ ଅଧିକ ପୁରୁଣା ସେଗୁଡ଼ିକୁ ପ୍ରତି ୬ ମାସରେ ପିୟୁସିସି କରିବାକୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

BS-VI ପରିବହନ ଯାନ ପାଇଁ ନିୟମBS-VI ପରିବହନ ଯାନ ପାଇଁ ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ୍ ଅବଧି ନିୟମ ସଂଶୋଧନ କରାଯାଇଛି। ୬ ବର୍ଷ ପର୍ଯ୍ୟନ୍ତ ପୁରୁଣା ଗାଡ଼ିକୁ ପ୍ରତି ଦୁଇ ବର୍ଷରେ ଥରେ, ୬ ବର୍ଷରୁ ୧୦ ବର୍ଷ ମଧ୍ୟରେ ଥିବା ଗାଡ଼ିକୁ ପ୍ରତିବର୍ଷ ଓ ୧୦ ବର୍ଷରୁ ଅଧିକ ପୁରୁଣା ଗାଡିକୁ ପ୍ରତି ୬ ମାସରେ ଥରେ ପିୟୁସିସି ରିନ୍ୟୁ କରିବାକୁ ହେବ ବୋଲି ଏଥିରେ କୁହାଯାଇଛି।

ମୋଟର ଯାନ ଆଇନ ୧୯୮୮ ଅଧୀନରେ 'କେନ୍ଦ୍ରୀୟ ମୋଟର ଯାନ (ଷୋଡ଼ଶ ସଂଶୋଧନ) ନିୟମାବଳୀ, ୨୦୨୬ ଅନୁସାରେ ଏହି ନୂଆ ସଂଶୋଧନ କରାଯାଇଛି। ସରକାରୀ ଗେଜେଟରେ ପ୍ରକାଶ ପାଇବା ପରେ ଏହା ଲାଗୁ କରାଯାଇଛି।

Also Read- ରାଜଧାନୀରେ ହିଟ୍ ଆଣ୍ଡ୍ ରନ୍ : ଅଟୋକୁ ଧକ୍କା ଦେଇ ୮ ଜଣଙ୍କୁ ଚାପିଦେଲା କାର୍, ୨ ମୃତ

ନୂଆ ସଂଶୋଧନରେ ରି-ନ୍ୟୁ ପିୟୁସିସିର କାର୍ଯ୍ୟକାରୀତାକୁ ନେଇ ମଧ୍ୟ ସ୍ପଷ୍ଟ କରାଯାଇଛି। ଯଦି ବୈଧତା ଶେଷ ହେବାର ୧୦ ଦିନ ପୂର୍ବରୁ ପିୟୁସିସି ରିନ୍ୟୁ କରାଯାଏ, ତେବେ ରିନ୍ୟୁ ପ୍ରମାଣପତ୍ରରେ କାର୍ଯ୍ୟକାରୀତା ପୂର୍ବ ପ୍ରମାଣପତ୍ରର ମିଆଦ ଶେଷ ହେବା ତାରିଖରୁ କାର୍ଯ୍ୟକାରୀ ହେବ। ଆଉ ଯଦି ପିୟୁସିସି ବୈଧତା ସରିବା ପରେ ରିନ୍ୟୁ କରାଯାଉଛି, ତେବେ ଯେଉଁଦିନ ଏହାକୁ ରିନ୍ୟୁ କରାଗଲା, ସେହିଦିନ ଠାରୁ ଏହା କାର୍ଯ୍ୟକାରୀ ହେଲା ବୋଲି ଧରାଯିବ। ସେହିପରି ଏହି ସଂଶୋଧନ ପୂର୍ବରୁ ଯେଉଁ ପିୟୁସିସିଗୁଡ଼ିକ ରିନ୍ୟୁ ହୋଇସାରିଛି, ସେଗୁଡ଼ିକର ବୈଧତା ସରିବା ପରେ ଯେବେ ନୂଆ କରି ରିନ୍ୟୁ ହେବ, ତେବେ ସେଗୁଡ଼ିକ ଉପରେ ନୂଆ ସଂଶୋଧନ ଲାଗୁ ହେବ।

ନୂଆ ସଂଶୋଧନରେ BS-I, BS-IIBS-IIIନିର୍ଗମନ ନିୟମ ଅନୁପାଳନକାରୀ ଗାଡ଼ିଗୁଡ଼ିକ ପାଇଁ ପିୟୁସିସି ବୈଧତା ୩ ମାସ ପାଇଁ ରହିବ। ସେହିପରିBS-IVମାନକ ପାଳନ କରୁଥିବା ଗାଡ଼ିଗୁଡ଼ିକ ପାଇଁ ପିୟୁସିସି ବୈଧତାକୁ ୬ ମାସ କରିଦିଆଯାଇଛି। 

ଦେଶବ୍ୟାପୀ ଏହି ନୂଆ ସଂଶୋଧନ ଲାଗୁ ହେବ। ତେବେ ଦିଲ୍ଲୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କାରଣ ଶୀତଦିନକୁ ଦେଖି ଏଠାରେ ପ୍ରଦୂଷଣ ନିୟମକୁ ଆହୁରି କଡାକଡି କରାଯାଇଛି। ଯେଉଁ ଗାଡି ପାଖରେ ପିୟୁସିସି ନଥିବା, ସେଗୁଡିକ ଇନ୍ଧନ ମିଳିବ ନାହିଁ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି।