ନୂଆଦିଲ୍ଲୀ: କକରୋଚ ଜନତା ପାର୍ଟି(ସିଜେପି)ର ପ୍ରମୁଖ ତଥା ରାଷ୍ଟ୍ରୀୟ ସଂଯୋଜକ ଅଭିଜିତ ଦୀପକେଙ୍କୁ ଉଠାଇ ନେଲା ଦିଲ୍ଲୀ ପୋଲିସ। ଦୀପକେଙ୍କ ସହ ସିଜେପିର ସହସଂଯୋଜକ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ମଧ୍ୟ ନିଜ ହେପାଜତକୁ ନେବାରେ ସଫଳ ହୋଇଛି ପୋଲିସ। ତିନି ଜଣ ମୁମ୍ବାଇରୁ ବିମାନ ଯୋଗେ ଦିଲ୍ଲୀ ବନ୍ଦରରେ ପହଞ୍ଚିବା ମାତ୍ରେ ଦିଲ୍ଲୀ ପୋଲିସ ସମସ୍ତଙ୍କୁ ନିଜ ହେପାଜତକୁ ନେଇ ଯାଇଛି। ଏହି ସମୟରେ ଅଭିଜିତ ଦୀପକେ କହିଛନ୍ତି ଯେ, ସେ ଗିରଫ ହେବା ପାଇଁ ହିଁ ଆସିଛନ୍ତି।

ତିନି ଜଣଙ୍କୁ କବଜାକୁ ନେବା ସମୟରେ ପୋଲିସ ଏକ ଅଭିନବ ରଣନୀତି ଆପଣେଇଥିଲା, ଯାହା ଆଗରେ ବିବଶ ନଜର ଆସିଥିଲେ ଅଭିଜିତ ଦୀପକେ ଏବଂ ତାଙ୍କ ଦୁଇ ସାଥୀ। ସିଜେପି ନେତାଙ୍କୁ ହେପାଜତରେ ନେବା ପାଇଁ ପୋଲିସ ମହିଳା ଶକ୍ତି କାର୍ଡ ଖେଳିଥିଲା। ମହିଳା ପୋଲିସ ଆଗକୁ ଆସିବା କାରଣରୁ ଦୀପକେ, ଆଶୁତୋଷ ଏବଂ ସୌରଭ ଦାସ ବିବଶ ନଜର ଆସିଥିଲେ ଏବଂ ବିରୋଧ କରି ପାରି ନ ଥିଲେ। ଆଉ ଦିଲ୍ଲୀ ପୋଲିସ ସହଜରେ ତିନି ଜଣଙ୍କୁ ନିଜ ହେପାଜତରେ ନେବାରେ ସଫଳ ହୋଇଛି।

Also Read: CJP Protest : ରାଜଧାନୀରେ ହାଇଆଲର୍ଟ, ଜନ୍ତରମନ୍ତର ଜଗିଛନ୍ତି ୩୫ ହଜାର ଫୋର୍ସ

ଏମିତି ଅଟକ ରଖିଲା ପୋଲିସ

ଅକ୍ଟୋବର ୮ରେ ବେଙ୍ଗାଲୁରୁରେ ପ୍ରଦର୍ଶନ ପରେ ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କା ମୁମ୍ବାଇ ଚାଲି ଯାଇଥିଲେ। ଶନିବାର ସକାଳେ ତିନି ଜଣ ବିମାନ ଜରିଆରେ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ବିମାନ ଅବତରଣ କରିବା ମାତ୍ରେ ଦିଲ୍ଲୀ ପୋଲିସର ଅନେକ ଅଧିକାରୀ ଓ ଯବାନ ବିମାନ ଭିତରକୁ ପଶିଥିଲେ। ଅଭିଜିତ ନିଜ ସିଟରୁ ଉଠିବା ପୂର୍ବରୁ ତାଙ୍କ ସାମ୍ନାରେ ଛିଡ଼ା ହୋଇ ରହିଥିଲେ ଦିଲ୍ଲୀ ପୋଲିସ। ଖାସ୍ କଥା ମହିଳା ପୋଲିସ ଆଗରେ ରହିବା କାରଣରୁ ଅଭିଜିତ ଦୀପକେ ଏବଂ ଅନ୍ୟ ନେତା ହଲି ପାରି ନ ଥିଲେ। ଆଶୁତୋଷ ଏବଂ ସୌରଭଙ୍କୁ ପ୍ରଥମେ ପୋଲିସ ବିମାନ ବାହାରକୁ ନେଇଥିଲା। ଶେଷରେ ଥିବା ଅଭିଜିତ ଦୀପକେ ମୋବାଇଲରେ କିଛି ସନ୍ଦେଶ ଦେବାକୁ ଚାହୁଁଥିଲେ, ହେଲେ ମହିଳା ପୋଲିସ ପହଞ୍ଚି ଯିବାରୁ ସେ ବିନମ୍ର ସହକାରେ କହିଥିଲେ, ମୁଁ ଗିରଫ ହେବା ପାଇଁ ହିଁ ଆସିଛି।

ପୋଲିସ କବଜାରେ ସିଜେପିର ସମସ୍ତ ବଡ଼ ନେତା

ଏହା ସହିତ ଦିଲ୍ଲୀ ପୋଲିସ ସିଜେପିର ଲିଗାଲ ହେଡ୍ ରତ୍ନା ସିଂଙ୍କୁ ମଧ୍ୟ ନିଜ ହେପାଜତକୁ ନେଇ ଯାଇଛି। ଜର୍ମାନୀରୁ ଆସିଥିବା ୟୁଟ୍ୟୁବର ଧ୍ରୁବ ରାଠିଙ୍କୁ ମଧ୍ୟ ଗୁରୁଗ୍ରାମ ସ୍ଥିତ ତାଙ୍କ ଘରୁ ଉଠାଇ ନେଇଛି ପୋଲିସ। ଏହିପରି ଭାବେ ସିଜେପିର ପ୍ରାୟତଃ ସମସ୍ତ ବଡ଼ ନେତା ବର୍ତ୍ତମାନ ପୋଲିସ କବଜାରେ ରହିଛନ୍ତି।

Also Read: “ଜର୍ମାନୀ ନାଗରିକ ଭାରତରେ ପ୍ରଦର୍ଶନ କରିପାରିବେ କି ?”, ଧ୍ରୁବ ରାଠୀଙ୍କ ବିରୋଧରେ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ପୂର୍ବତନ ପୋଲିସ ଅଧିକାରୀ

ଜ୍ଞାନେଶ କୁମାରଙ୍କ ବିରୋଧରେ ଜନ୍ତର ମନ୍ତର ଯିବାକୁ ଥିଲା ଯୋଜନା

ସିଜେପି ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଅକ୍ଟୋବର ୧୦ରେ ଜନ୍ତର ମନ୍ତରରେ ପ୍ରଦର୍ଶନ ଘୋଷଣା କରିଥିଲେ। ଅଭିଜିତ ଦ ସମସ୍ତ ଯୁବ ପିଢି ଏବଂ ଜନତାଙ୍କୁ ଜନ୍ତର ମନ୍ତରରେ ଏକଜୁଟ ହେବାକୁ ଆହ୍ଵାନ ଦେଇଥିଲେ। ଫଳରେ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସ ପାଇଁ ଏହା ବଡ଼ ଆହ୍ଵାନ ପାଲଟିଥିଲା। ଜନ୍ତର ମନ୍ତରରେ ଗତ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏଥର ବ୍ୟାପକ ମାତ୍ରାରେ ପୋଲିସ ଫୋର୍ସକୁ ଜନ୍ତର ମନ୍ତର ତାରି ୪ କିମି ପରିଧିରେ ମୁତୟନ କରିଥିଲା ଦିଲ୍ଲୀ ପୋଲିସ।