କନ୍ଧମାଳ ୦୨।୧୧ : ଆସୁଛି ବାତ୍ୟା ମୁରାସୁ। ଏହାର ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି କରୁଛି । ପାହାଡିଆ ଏବଂ ବିପଦ ସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିଛି ପ୍ରଶାସନ । ଖାସ୍ କରି ପାହାଡିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛି ଜିଲ୍ଲା ପ୍ରଶାସନ ।

ଖବର ଅନୁଯାୟୀ, କନ୍ଧମାଳ ଜିଲ୍ଲାର ବିଭିନ୍ନ ପାହାଡିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପାଖ ଆଶ୍ରୟ ସ୍ଥଳୀରେ ରଖିବାର ବ୍ୟବସ୍ଥା କରାଯାଉଛି। ଏନେଇ ଲିଙ୍ଗାଗଡ ପଞ୍ଚାୟତର ପାହାଡ ତଳେ ଥିବା ହସ୍ତିନାପୁର ଗାଁକୁ ଯାଇ ସେଠାକାର ଲୋକଙ୍କୁ ଭେଟି ଆଲୋଚନା କରିଛି ନ୍ୟୁଜ୍ 7 ଟିମ୍' । ବ୍ଲକ ପ୍ରଶାସନ ଓ ସରପଞ୍ଚ ଆସି କହିବା ପରେ ସେମାନେ ନିଜ ବ୍ୟବହୃତ ପୋଷାକ ଧରି ବାହାରିଛନ୍ତି ଲୀଙ୍ଗାଗଡ ଆଶ୍ରୟ ସ୍ଥଳୀକୁ। ପ୍ରଶାସନ ପକ୍ଷରୁ ଜି ଉଦୟଗିରି, ରାଇକିଆ ଟିକାବାଲି,ଦାରିଙ୍ଗିବାଡି ଆଦି ବ୍ଲକ ଅଞ୍ଚଳରେ ଥିବା ପାହାଡିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରିତ କରିବା ପ୍ରକ୍ରିୟା କରାଯିବ ବୋଲି ସୂଚନା ମିଳିଛି।

Also Read:-ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ଖୋଲିଲା, ତଳମୁଣ୍ଡରେ ନଦୀକୁ ନଯିବାକୁ ସତର୍କ ସୂଚନା

ଅର୍ଣ୍ଣବ ବାତ୍ୟା ବେଳେ ଯେଉଁ ଅଘଟଣ ଘଟିଲା । ସେହି ଅଘଟଣର ପୁନରାବୃତ୍ତି କିପରି ନଘଟିବ, ସେଦିଗରେ ଜିଲ୍ଲା ପ୍ରଶାସନ ଓ ସରକାର ଆଗୁଆ ତତ୍ପର ହୋଇଛନ୍ତି । ସ୍ଥାନୀୟ ଲୋକମାନଙ୍କୁ କିପରି ସୁରକ୍ଷିତ ସ୍ଥାନରେ ଏହି ବିପଦ ସମୟରେ ରଖାଯିବ । ସେନେଇ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି ।