ସମ୍ବଲପୁର ୦୨।୧୧ : ଖୋଲିଲା ଗେଟ୍ । ହୀରାକୁଦ ଜଳଭଣ୍ଡାର ୫ଟି ଗେଟ୍ ଖୋଲା ଯାଇଛି । ଜଳଭଣ୍ଡାରର ଗେଟ୍ ଖୋଲାଯାଇଥିବାରୁ ତଳମୁଣ୍ଡରେ ଥିବା ନଦୀକୁ ନଯିବା ପାଇଁ ଲୋକଙ୍କୁ ସଚେତନତା କରାଯାଇଛି ।

ଖବର ଅନୁଯାୟୀ, ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଉପରମୁଣ୍ଡରେ ଲାଗି ରହିଛି ବର୍ଷା । ଉପରମୁଣ୍ଡରୁ ଜଳପ୍ରବେଶ କରୁଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବଢିବାକୁ ଲାଗିଥିଲା । ଯାହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାର ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଉ ଏବେ ୫ଟି ଗେଟ୍ ଖୋଲିବା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ ।

Also Read:-ଗୋଟିଏ ଦିନରେ ୨ ଲକ୍ଷ ଗାଡ଼ିର RC ବାତିଲ୍, ହୋଇପାରେ ଆହୁରି ୨୫ ଲକ୍ଷ ଗାଡ଼ି ଉପରେ ଆକ୍ସନ

ବର୍ତ୍ତମା ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୬୨୯.୯୨ ଫୁଟରେ ପହଁଚିଛି । ସେହିପରି ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୧୪ ହଜାର ୮୭୯ କ୍ୟୁସେକ ଜଳ ପ୍ରବେଶ କରୁଛି । ଏହାକୁ ଦୃଷ୍ଟିରେ ରଖି କରି ୫ ଟି ଗେଟ ଖୋଲା ଯାଇଛି | ନଦୀ ମଧ୍ୟକୁ ନଯିବା ପାଇଁ ବ୍ୟାପକ ସଚେତନତା କରା ଯାଇଛି |