ଭୁବନେଶ୍ୱର ୨୮।୧୦ : ତାଣ୍ଡବ ରଚିଛି ବାତ୍ୟା ଅର୍ଣ୍ଣବ । ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିଛି ବାତ୍ୟା । ଏପଟେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ବାତ୍ୟା । ତେବେ ବାତ୍ୟା ନେଇ ଫାୟାର ଆଇଜି ଉମା ଶଙ୍କର ଦାସ ବଡ଼ ଅପଡେଟ୍ ଦେଇଛନ୍ତି ।

ସେ କହିଛନ୍ତି ଯେ, ବାତ୍ୟା ଅର୍ଣ୍ଣବର ପ୍ରଭାବରେ ରାଜ୍ୟର ତିନିଟି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ ବିଭିନ୍ନ ସ୍ଥାନରେ ରାସ୍ତା ଓ ଘର ଉପରେ ଉପୁଡ଼ି ପଡ଼ିଥିଲା ବଡ଼ ବଡ଼ ଗଛ। ଫଳରେ କେତେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ। ଗଛଗୁଡ଼ିକୁ କାଟି ରାସ୍ତାରୁ ହଟାଇବା ସହ ଯାତାୟାତକୁ ସ୍ୱାଭାବିକ କରିଥିଲେ ଅଗ୍ନିଶମ କର୍ମଚାରୀ।

Also Read:-Cyclone Arnab latest update: ବାତ୍ୟା ‘ଅର୍ଣ୍ଣବ’କୁ ନେଇ IMD ଡିଜିଙ୍କ ବଡ଼ ସୂଚନା, ୯୦ କି.ମି. ବେଗରେ ବହିପାରେ ପବନ

ସେହିପରି ବାତ୍ୟାର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ପାଇଁ ସାରା ରାଜ୍ୟରେ ମୋଟ ୧୨୫ଟି ଅଗ୍ନିଶମ ଦଳକୁ ନିୟୋଜିତ କରାଯାଇଥିଲା। ଏହାପରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉ ତିନୋଟି ସ୍ୱତନ୍ତ୍ର ଦଳକୁ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାକୁ ପଠାଯାଇଥିଲା। ଏହି ଦଳଗୁଡ଼ିକ ମଧ୍ୟ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଗଛ ହଟାଇବା ସହ ରାସ୍ତା ସଫା କରିବା ଓ ଲୋକଙ୍କ ଯାତାୟାତ ସ୍ୱାଭାବିକ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

Watch Video:-