କୋରାପୁଟ ୨୯।୧୦: କୋଟିଆରେ ସରକାରୀ ଯୋଜନା ମାଧ୍ୟମରେ ଲୋକଙ୍କୁ ଆକୃଷ୍ଟ କରି ନିଜର ବୋଲି ଦାବି କରୁଥିବା ଆନ୍ଧ୍ରପ୍ରଦେଶ ବିପତ୍ତି ସମୟରେ କୋଟିଆବାସୀଙ୍କ ହାତ ଛାଡ଼ି ଦେଇଥିବା ଅଭିଯୋଗ ଉଠିଛି ।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ୍‌ରେ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବା ବେଳେ କୋଟିଆ ପଞ୍ଚାୟତର ଅନେକ ସୀମାନ୍ତ ଗ୍ରାମ ପ୍ରଭାବିତ ହୋଇଥିଲା । ଏଭଳି ସଙ୍କଟ ସମୟରେ କୋଟିଆବାସୀଙ୍କ ନିକଟରେ ତୁରନ୍ତ ରିଲିଫ୍ ପହଞ୍ଚାଇବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଇଥିଲା । କୋଟିଆ ନୋଡାଲ ଅଫିସର ତଥା ଉପଜିଲ୍ଲାପାଳ କୁମାରୀ ଫାବି ରସିଦ୍ କୋଟିଆର ବିଭିନ୍ନ ସୀମାନ୍ତ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଭାବିତ ଲୋକଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ ।

Also Read:- ସୁଙ୍କି ଘାଟିରେ ଭୂସ୍ଖଳନ, ଗଜପତିରେ ରାସ୍ତା ଅବରୋଧ ; ଆମ୍ବୁଲାନ୍ସକୁ ବି ମିଳିଲାନି ରାସ୍ତା

ଅନ୍ୟପକ୍ଷରେ ବିପତ୍ତି ସମୟରେ କୋଟିଆବାସୀଙ୍କ ପାଖରେ କିଏ ଠିଆ ହେଲା ଏବଂ କିଏ ଦୂରେଇ ରହିଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣା କୋଟିଆରେ ଓଡ଼ିଶା ସରକାରଙ୍କ ପ୍ରଶାସନିକ ଉପସ୍ଥିତି ଓ ଜରୁରୀକାଳୀନ ସହାୟତାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛି । ବାତ୍ୟା ସମୟରେ କୋଟିଆର ସ୍ଥିତି, ପ୍ରଶାସନର ରିଲିଫ୍ କାର୍ଯ୍ୟ ଏବଂ ପ୍ରଭାବିତ ଲୋକଙ୍କୁ ଦିଆଯାଇଥିବା ସହାୟତା ସମ୍ପର୍କରେ ସୂଚନା ଦେଇଛନ୍ତି କୋରାପୁଟ ଉପଜିଲ୍ଲାପାଳ କୁମାରୀ ଫାବି ରସିଦ୍ ।

Watch Video: