ଛତ୍ରପୁର : ବାତ୍ୟା ଆସିଲା, ଅଶାନ୍ତ ହେଲା ସମୁଦ୍ର । ଉଚ୍ଚ ଜୁଆର ଓ ବଡ଼ ବଡ଼ ଲହଡ଼ିରେ ଦୋହଲିଗଲା ମତ୍ସ୍ୟଜୀବୀଙ୍କ ଜୀବନଜୀବିକା। ଦଉଡ଼ି ଛିଣ୍ଡାଇ ସମୁଦ୍ର ଭିତରକୁ ଭାସିଗଲା ଡଙ୍ଗା। ଯେଉଁ ଡଙ୍ଗା ମତ୍ସ୍ୟଜୀବୀଙ୍କ ପରିବାର ପୋଷେ, ଆଜି ସେହି ଡଙ୍ଗାକୁ ନେଇ ଚିନ୍ତାରେ ମତ୍ସ୍ୟଜୀବୀ। ଅକଭାନ ପ୍ରଭାବରେ ଗଞ୍ଜାମ ରମେୟାପଟନମରେ ଦେଖିବା ମିଳିଥିଲା ଏଭଳି କିଛି ଦୃଶ୍ୟ।

ବାତ୍ୟାକୁ ନଜରରେ ରଖି ମତ୍ସ୍ୟଜୀବୀମାନେ ଡଙ୍ଗାଗୁଡ଼ିକ ସମୁଦ୍ରତଟରେ ଦୌଡ଼ିରେ ବାନ୍ଧି ରଖିଥିଲେ । ହେଲେ ଗୁରୁବାର ରାତିରେ ଉଚ୍ଚ ଜୁଆର ଯୋଗୁ 3ଟି ଡଙ୍ଗା ସମୁଦ୍ର ଭିତରକୁ ଭାସି ଯାଉଥିଲା। ପରେ ସେ ଡଙ୍ଗାକୁ ମତ୍ସ୍ୟଜୀବୀ ଉଦ୍ଧାର କଲେ ସତ ହେଲେ ବାତ୍ୟା ପରେ ଜୀବନ ଯେମିତି ଅଟକି ଯାଇଛି। କାରଣ ବାତ୍ୟା ଆସୁଛି ତାର କରାଳ ରୂପ ଦେଖାଇ ଚାଲି ଯାଉଛି। କିନ୍ତୁ ମତ୍ସ୍ୟଜୀବିଙ୍କୁ ଚିନ୍ତା ଘାରୁଛି। ହାତ ବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ। ସମୁଦ୍ରକୂଳିଆ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଉଛି । ହେଲେ ସେମାନେ ସମୁଦ୍ରକୁ ଯାଇପାରୁନାହାନ୍ତି, ରୋଜଗାର ବନ୍ଦ। ପରିବାର କେମିତି ଚଳିବ, ସେହି ଚିନ୍ତା ଘାରିଛି ମତ୍ସ୍ୟଜୀବୀମାନଙ୍କୁ।

Also Read- ଦୁର୍ବଳ ହେଲା ବାତ୍ୟା, ଏବେ ଥରିବ ଓଡ଼ିଶା: ନଭେମ୍ୱର ୨୨ରୁ କମିବ ରାତି ତାପମାତ୍ରା