ନୂଆଦିଲ୍ଲୀ, ୨୦।୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ୍ ସିରିଜର ପ୍ରଥମ ମୁକାବିଲା ଜାରି ରହିଛି । ପ୍ରଥମ ଇନିଂସରେ ଟସ୍ ହାରି ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ । ଦଳ ୩୬୮ ରନରେ ଅଲଆଉଟ୍ ହୋଇଯାଇଛି । ଭାରତ ମଧ୍ୟ ନିଜର ପ୍ରଥମ ଇନିଂସର ବ୍ୟାଟିଂ ଆରମ୍ଭ କରିଛି ।

ମ୍ୟାଚର ପ୍ରଥମ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା ନ୍ୟୁଜିଲାଣ୍ଡ । ସ୍କୋର ଶହେ ଛୁଇଁବା ପୂର୍ବରୁ ୫ଟି ଓ୍ୱିକେଟ୍ ଦଳ ହରାଇ ସାରିଥିଲା । ହେଲେ ହେନରି ନିକୋଲାସ ଏବଂ ଗ୍ଲେନ୍ ଫିଲିପ୍ସ ସ୍ଥିତି ସମ୍ଭାଳିଥିଲେ । ଉଭୟ ଷଷ୍ଠ ଓ୍ୱିକେଟରେ ଦମଦାର ପାର୍ଟନରସିପ୍ କରିଥିଲେ । ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ ।

Also Read :- ବୈଜ୍ଞାନିକଙ୍କୁ ବଡ଼ ସଫଳତା : ନେପଚ୍ୟୁନରେ ମିଳିଲା ବରଫ, ଅଛନ୍ତି କି ଏଲିଅନ୍ ?

ହେନରୀ ନିଜ ଟେଷ୍ଟ୍ କ୍ୟାରିଅରରେ ଦ୍ୱାଦଶ ଶତକ ହାସଲ କରିଥିବା ବେଳେ ଗ୍ଲେନ୍ ଫିଲିପ୍ସ ୧୧୮ ରନ୍ କରିଥିଲେ । ଫିଲିପ୍ସ ଆଉଟ୍ ହେଲା ପରେ ଦଳର ଅନ୍ୟ ବ୍ୟାଟର ଉନ୍ନତ ଖେଳ ପ୍ରଦର୍ଶନ କରିପାରିନଥିଲେ । ଫଳରେ ଏକା ଲଢିଥିଲେ ହେନରି । ସେ ୧୭୫ ରନ୍ କରି ଅପରାଜେୟ ରହିଥିଲେ । ଯଦ୍ୱାରା ଦଳ ୩୬୮ ରନ୍ କରିପାରିଥିଲା ।

ଭାରତ ପକ୍ଷରୁ ଜସପ୍ରିତ ବୁମରା ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଆକାଶଦୀପ ୩ଟି ଏବଂ ଅନଶୋଲ କମ୍ବୋଜ ଦୁଇଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ ।