IPL 2026 CSK vs KKR: ଆଇପିଏଲ୍ ୨୦୨୬ର ୨୨ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଛି।ଏମଏ ଚିଦମ୍ବରମ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଚେନ୍ନାଇ ୧୯୨ ରନ କରିଛି। ସଞ୍ଜୁ ସାମସନ ସର୍ବାଧିକ ୪୮ ରନ କରିଥିବା ବେଳେ ଡେଓ୍ଵାର୍ଲ୍ଡ ବ୍ରେଭିସ ୪୧ ରନ ଓ ଆୟୁଷ ମହାତ୍ରେ ୩୮ ରନ କରିଛନ୍ତି। ସିଜିନରେ ପ୍ରଥମ ମ୍ୟାଚ୍ ଜିତିବାକୁ ହେଲେ କୋଲକାତାକୁ ଦରକାର ୧୯୩ ରନ। ବୋଲିଂରେ କେକେଆର ପକ୍ଷରୁ କାର୍ତ୍ତିକ ତ୍ୟାଗୀ ୨ ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇକୁ ୨୫ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଅଧିନାୟକ ଋତୁରାଜ ଗାଏକ୍ଵାଡ଼ ନିଜର ଖରାପ ଫର୍ମ ବଜାୟ ରଖି ୭ ରନ କରି ଆଉଟ୍ ହୋଇଥିଲେ। ସଞ୍ଜୁ ସାମସନ ଓ ଆୟୁଷ ମହାତ୍ରେ ବିସ୍ଫୋରକ ବ୍ୟାଟିଂ କରି ୨ୟ ଓ୍ଵିକେଟ୍ ପାଇଁ ୪୭ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ। ମହାତ୍ରେ ମାତ୍ର ୧୭ ବଲରୁ ୬ ଚୌକା ଓ ୨ ଛକା ସହ ୩୮ ରନ କରିଥିଲେ। ସଞ୍ଜୁ ସାମସନ ୪୮ ରନର ଉପଯୋଗୀ  ଇନିଂସ ଖେଳିଥିଲେ।

Also Read: ସୂର୍ଯ୍ୟଙ୍କ ହାତରୁ ଯିବ ଅଧିନାୟକ ପଦ, ଟିମ୍ ଇଣ୍ଡିଆରୁ ବି ହେବେ ବାହାର ?

ମଧ୍ୟକ୍ରମରେ ଡେଓ୍ଵାର୍ଲ୍ଡ ବ୍ରେଭିସ ୨୯ ବଲରୁ ୪୧ ରନ କରିଥିଲେ। ସରଫରାଜ ଖାନଙ୍କ ବ୍ୟାଟରୁ ୨୩ ରନ ଓ ଶିବମ ଦୁବେ ୧୩ ରନ କରିଥିଲେ। ଶେଷରେ ଚେନ୍ନାଇ ୫ ଓ୍ଵିକେଟ୍ ହରାଇ ୧୯୨ ରନ କରିଛି। ବୋଲିଂରେ କାର୍ତ୍ତିକ ତ୍ୟାଗୀ ୩୫ ରନ ଦେଇ  ୨ଟି ଓ୍ଵିକେଟ୍ ନେଇଛନ୍ତି। ଅନୁକୁଲ ରୟ ୩ ଓଭରରେ ମାତ୍ର ୨୧ ରନ ଦେଇ ଗୋଟିଏ ଏବଂ ସୁନିଲ ନାରିନ ୪ ଓଭରରେ  ୨୧ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।